www.samajalive.in
Thursday, December 11, 2025
14.1 C
Bhubaneswar

ଦେଶରେ ବିକଶିତ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁମତି

ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଦେଶରେ ବିକଶିତ କରୋନା ଟିକା କୋଭାକ୍ସିନକୁ ଅନୁମୋଦନ ମିଳିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ, ଆଇସିଏମ୍ଆର ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଥିବା ଏହି ସ୍ୱଦେଶୀ କରୋନା ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଡ଼ିସିଜିଆଇ ଅନୁମତି ଦେଇଛି।

ଟୀକା ପରୀକ୍ଷଣର ଏହି ଅନ୍ତିମ ପର୍ଯ୍ୟାୟ ଆସନ୍ତା ମାସର ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହି ଟିକା ୧୮ ବର୍ଷରୁ ଅଧିକ ୨୮ ହଜାରରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷା କରାଯିବ। ଦିଲ୍ଲୀ, ମୁମ୍ବାଇ, ପାଟନା ଏବଂ ଲକ୍ଷ୍ନୌ ସମେତ ଦଶଟି ରାଜ୍ୟ ଏବଂ ୧୯ଟି ସ୍ଥାନରେ ଏହା ପରୀକ୍ଷା କରାଯିବ। କୋଭାକ୍ସିନ ବ୍ୟତୀତ, ଜିଡସ୍ କ୍ୟାଡିଲା ଲିମିଟେଡ୍ ଦ୍ୱାରା ସ୍ୱଦେଶୀ ଭାବରେ ନିର୍ମିତ ଅନ୍ୟ ଏକ ଟିକା ଏବେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories