www.samajalive.in
Monday, December 8, 2025
24.1 C
Bhubaneswar

କରୋନା ରେକର୍ଡ, ୧୦ କୋଟି ଟପିଲା ଦେଶରେ ନମୁନା ପରୀକ୍ଷା

ଭାରତ କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ନୂତନ ଶିଖର ଅତିକ୍ରମ କରିଛି। ଆଜି ସୁଦ୍ଧା ଦେଶର ବିଭିନ୍ନ ପରୀକ୍ଷାଗାରରେ ଦଶ କୋଟିରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୪୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଚଳିତ ବର୍ଷ ଜାନୁଆରୀରେ ପୁଣେର ଲ୍ୟାବରୁ କେବଳ ଗୋଟିଏ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ସୁଦ୍ଧା ୧୦ କୋଟି ଏକ ଲକ୍ଷ ପରୀକ୍ଷା ଅତିକ୍ରମ କରିଛି।

ମନ୍ତ୍ରଣାଳୟ କହିଛି ଯେ କୋଭିଡ-୧୯ ରୋଗୀଙ୍କ ମଧ୍ୟରେ ଦେଶର ପୁନରୁଦ୍ଧାର ହାର ୮୯.୫୩ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ଆରୋଗ୍ୟ ସଂଖ୍ୟା ୬୯ ଲକ୍ଷ ୪୮ ହଜାରରେ ପହଞ୍ଚିଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆରୋଗ୍ୟ ହାର ସୁନିଶ୍ଚିତ କରିଛି ଯେ ଦେଶର ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି ଏବଂ ବର୍ତ୍ତମାନ ଏହା ମୋଟ ପଜିଟିଭ ମାମଲାର ମାତ୍ର ୮.୯୬ ପ୍ରତିଶତ ରହିଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ଛଅ ଲକ୍ଷ ୯୫ ହଜାର ରହିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ପଜିଟିଭ ସଂଖ୍ୟା ୭୭ ଲକ୍ଷରୁ ଅଧିକ ହୋଇଥିବା ବେଳେ ଆଜି ୫୪ ହଜାର ୩୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ରର ପ୍ରଭାବଶାଳୀ ପଦକ୍ଷେପ ଫଳରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି। ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୫୧ ପ୍ରତିଶତରେ ରହିଛି, ଯାହା ବିଶ୍ୱରେ ସର୍ବନିମ୍ନ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ୬୯୦ ଜଣଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୧୭ ହଜାର ୩୦୬ରେ ପହଞ୍ଚିଥିବା ଜଣାପଡିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories