www.samajalive.in
Thursday, December 11, 2025
15.1 C
Bhubaneswar

୧୩୪ ଆଦିବାସୀ ଗାଁରେ ବିକାଶର ପ୍ରତିଛବି; ୧୬ଶହ ପରିବାରରେ ଫୁଟିଲା ହସ

ପାତ୍ରପୁର: ପାତ୍ରପୁର ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ୩ଟି ପଞ୍ଚାୟତର ୧୩୪ ଗ୍ରାମର ଲୋକଙ୍କ ମୁହଁରେ ହସ ଫୁଟିଛି। ଆନ୍ତର୍ଜାତିକ କୃଷି ଉନ୍ନୟନ ପାଣ୍ଠି (ଆଇଏଫଏଡି) ସହଯୋଗରେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଇଏଲଆଇପି) ଜରିଆରେ ଏମାନଙ୍କ ଆର୍ଥିକ ବିକାଶ ପାଇଁ ପଥ ଉନ୍ମୁକ୍ତ ହୋଇଛି। ପାତ୍ରପୁର ବ୍ଲକର ତୁମ୍ବା, ବୁରାତାଲ ଓ ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ୧୩୪ ଗ୍ରାମର ୧୬୦୦ ପରିବାରଙ୍କ ଆର୍ଥିକ ବିକାଶ ପାଇଁ ଏହି ଯୋଜନାରେ ଭିତ୍ତିଭୂମି ସୁଦୃଢ ହେବାକୁ ଯାଉଛି। ତୁମ୍ବା ଉନୟନ ସଂସ୍ଥା ଅଧୀନରେ ରହିଥିବା ଉପରୋକ୍ତ ସଂଖ୍ୟକ ଗ୍ରାମ ସହିତ ଅନ୍ୟ ପଡା ଗ୍ରାମରେ ବି ଉକ୍ତ ଯୋଜନାରେ ଦୁଇବର୍ଷ ହେଲା ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉପକୃତ ହେବାକୁ ଯାଉଥିବା ପରିବାର ମଧ୍ୟରୁ ୨୫୦ ଜଣ ବିଧବା ଏବଂ ନିରାଶ୍ରିତ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ୬୦ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇଛି। ଏଥିମଧ୍ୟରୁ ୨୫ଟି ଗ୍ରାମରେ ପ୍ରତି ଘରକୁ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଣ ହେଉଛି। କେତେକ ଗ୍ରାମରେ ପାହାଡରୁ ବହି ଆସିଥିବା ଝରଣା ଜଳକୁ ପାଇପ ମାଧ୍ୟମରେ ଯୋଗାଯାଉଛି। ୯ଟି ଗ୍ରାମରେ ପୋଖରୀ ପୁନରୁଦ୍ଧାର କରାଯାଇଛି। ପୋଖରୀ ହିଡରେ ସଜନା, ନଡ଼ିଆ, ଗୁଆ, ଆମ୍ବ ଓ ପିଜୁଳି ଗଛ ଲଗାଯାଇଛି। କେତେକଙ୍କୁ ବତକ ଓ ଉନ୍ନତମାନର କୁକୁଡ଼ା ପାଳନ ପାଇଁ ବ୍ୟବସ୍ଥା କରାଯାଇଛି। କୁକୁଡ଼ା ପାଇଁ ପଞ୍ଜୁରୀ ସହ ଖାଦ୍ୟ ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ୧୦ଟି ମହିଳା ଗ୍ରୁପକୁ ଗୋଟିଏ ଅଣ୍ଡିରା ଏବଂ ୪୦ଟି ମାଈ ଛେଳି ଯୋଗାଇ ଦିଆଯାଇଛି। ଅନ୍ୟ ୪୦ଟି ପରିବାରକୁ ବ୍ୟକ୍ତିଗତ ଭାବେ ପାଞ୍ଚଟି ଲେଖାଏଁ ଛେଳି ଦିଆଯାଇଛି। ୭ଟି ଗ୍ରାମରେ ଛତୁ ଚାଷ ପାଇଁ ସହାୟତା ଦିଆଯାଇଥିବା ବେଳେ ବିଲୁଗାଁ, ଲାଇଡା, ବାଣପୁର, ମିଟୁସାହିବାସୀ ଛତୁ ଚାଷ କରି ବେଶ ଲାଭବାନ ମଧ୍ୟ ହେଲେଣି।
ଗତବର୍ଷ ଚକାଅ।ମ୍ବା ଓ ବାବନାସାହିର ୯ଟି ପରିବାରକୁ ୫୫୦୦ କଦଳୀ ଚାରା ସହିତ ସାର ଓ ଔଷଧ ଦିଆଯାଇଥିଲା। କଦଳୀ ଚାଷରୁ ବେଶ ଦୁଇପଇସା ରୋଜଗାର କରି କିଛି ଆଦିବାସୀ ବେଶ ସ୍ବାବଲମ୍ବନଶୀଳ ହୋଇପାରିଛନ୍ତି। ଚଳିତ ବର୍ଷ ମାଡୁଆଗୁମା, ଖଳାସାହି, ରାମଚନ୍ଦ୍ରପୁର, ଫୁଲସାହି ଓ ଗୋକର୍ଣ୍ଣସାହିବାସିନ୍ଦାଙ୍କୁ କଦଳୀ ପୁଆ ଓ ଏଲଗଲ ଭଳି କିଛି ଗାଁକୁ ଉନ୍ନତମାନର ସପୁରୀ ଚାରା ଯୋଗାଇ ଦିଆଯାଇଛି। ପ୍ରାୟ ଶହେରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ମିଠା ମକା, କାନ୍ଦୁଲ, କାଙ୍ଗୁ, ସୁଆଁ, ମାଣ୍ଡିଆ ଓ ଧାନ ଚାଷ ପାଇଁ ଏହି ଯୋଜନାରେ ସହାୟତା ଦିଆଯାଇଛି। ଧାଡ଼ିରୁଆ ପ୍ରଣାଳୀରେ ଧାନଚାଷ ବେଶ ସଫଳ ହୋଇଛି। ପରିବା ଚାଷ ପାଇଁ ନଦୀକୂଳିଆ ଜମିରେ ବାଇଗଣ, କଖାରୁ, ଭେଣ୍ଡି, ସଜନା, ଲଙ୍କା ଓ କଲରା ଚାଷ ନିମନ୍ତେ ବିହନ ଓ ସାର ଦିଆଯାଇଛି। ପରିବା ଚାଷ ଦେଖିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ରୀୟ ପ୍ରତିନିଧି ସହ ଓପିଇଏଲଆଇପି ରାଜ୍ୟ ଅଧକାରୀ ପରିଦର୍ଶନରେ ଆସି ମହିଳା ଗ୍ରୁପ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଇସାରା ଅନୁଷ୍ଠାନର ବୈଷୟିକ ଜ୍ଞାନକୌଶଳରେ ଏହା ସମ୍ଭବପର ହୋଇପାରିଛି। ଏହି ସଂସ୍ଥାର କର୍ମଚାରୀମାନେ ଅହରହ ଆଦିବାସୀଙ୍କ ବିକାଶ ପାଇଁ ଗଁା ଗଁାରେ ପଦକ୍ଷେପ ନେଇଛନ୍ତି। ଶରତ କୁମାର ଦଳେଇଙ୍କ ସମେତ ବହୁ ଆଦିବାସୀ ଏହି ଯୋଜନାରେ ବେଶ ଉପକୃତ ହୋଇଛନ୍ତି। କିଏ କଦଳୀ ବିକ୍ରି କରୁଛି ତ କିଏ କୁକୁଡ଼ା ବିକି ବେଶ ଲାଭବାନ ହୋଇଥିବା କହିଛନ୍ତି। ଆଦିବାସୀଙ୍କୁ ସ୍ବାବଲମ୍ବନଶୀଳ କରିବାକୁ ତୁମ୍ବା ଉନୟନ ସଂସ୍ଥାର ଅଧକାରୀ ରାମଚନ୍ଦ୍ର ସେଠୀ, ଯନ୍ତ୍ରୀ ବିଶୋମୋହନ ବେହେରା, ଇସାରା ସମ୍ପାଦକ ରବୀନ୍ଦ୍ରନାଥ ପାତ୍ର, ଓପିଇଏଲଆଇପିର ଶିବଶଙ୍କର ଦାସ, ଆରତୀ ପଣ୍ଡାଙ୍କ ସମେତ ପାଞ୍ଚଜଣ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଏହି ମହତ୍ବାକାଂକ୍ଷୀ ଯୋଜନା ପରିଚାଳିତ ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories