www.samajalive.in
Monday, December 8, 2025
14.1 C
Bhubaneswar

ସୁପରକିଙ୍ଗ୍‌ସ ପାଇଁ ଶେଷ ସୁଯୋଗ

ସାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଶୁକ୍ରବାର ସାରଜାରେ ୪୧ତମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମୁହାଁମୁହିଁ ହେବେ। ମୁମ୍ବଇ ଇଣ୍ଡିଆନ୍‌ସ ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଉଦ୍ୟମ କରିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ଳେ ଅଫ ଆଶା ବଜାୟ ରଖିବା ପାଇଁ ଶେଷ ସୁଯୋଗ ରହିଛି।ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନ​‌​‌ରେ ରହିଛି। ଦଳର ପ୍ଲେ ଅଫ ଆଶା ନେଇ ଶେଷ ସୁଯୋଗ ରହିଛି। ସେନ୍‌ ୱାଟ୍‌ସନ, ମୁରଲୀ ବିଜୟ, ଅମ୍ବାତି ରାଇଡୁ, କେଦାର ଯାଦବ, ଫ୍ଲାଫ ଡୁପ୍ଲେସି, ଧୋନି, ରବୀନ୍ଦ୍ର ଜାଡେଜା ଓ ସାମ୍‌ କରନଙ୍କ ଭଳି ଖେଳାଳି ରହିଥିଲେ ମଧ୍ୟ ଦଳର ଆଇପିଏଲରେ ଚମକବିହୀନ ପ୍ରଦର୍ଶନ ଦେଖିବାକୁ ମିଳିଛି। ଡୁପ୍ଲେସି ୩୭୫, ସେନ୍ ୱାଟସନ ୨୮୫,ରାଇଡୁ ୨୫୦ ରନ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଓ ବୋଲରଙ୍କ ଉପଯୁକ୍ତ ସହଯୋଗ ନମିଳିବା ଦଳକୁ ଏକାଧିକ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ରାଉଣ୍ଡ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସ କୁ ୫ ୱିକେଟରେ ପରାସ୍ତ କରି ଚମ୍ପିଆନ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୟନୀୟ ପ୍ରଦର୍ଶନ କରି ପ୍ଲେ ଅଫ ପାଇଁ ସଂଘର୍ଷ କରୁଛି। ଶେଷ ୪ ମ୍ୟାଚ ଜିତି ପ୍ଲେ ଅଫକୁ ଉନ୍ନୀତ ହେବା ନେଇ ଆଶା ରଖିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ରୋହିତ ଓ କ୍ବାଣ୍ଟେନ ଡିକକ୍‌ଙ୍କ ସମେତ ସୂର୍ଯ୍ୟକୁମାର ଯାଦବ, ଇଶନ କିଷାନ, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟାଙ୍କ ସମେତ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଜେମ୍ସ ପାଟିନ୍‌ସନ ଭଳି ଖେଳାଳି ରହିଛନ୍ତି। ଡିକକ୍‌ ୩୨୨, ରୋହିତ ୨୬୦, ସୂର୍ଯ୍ୟକୁମାର ଯାଦବ ୨୪୩, ପୋଲାର୍ଡ ୨୦୮ରନ କରିବାରେ ସକ୍ଷମ ହୋଇଛନ୍ତି। ବୋଲିଂରେ ବୁମ୍‌ରା ୧୫ଟି,ଟ୍ରେଣ୍ଟ ବୋଲ୍ଟ ୧୨ଟି ଓ ରାହୁଲ ଚହର ୧୧ଟି ୱିକେଟ ନେଇଛନ୍ତି। ବ୍ୟାଟିଂ ଓ ବୋଲିଂରେ ଦଳ ନିକଟରେ ପୂର୍ଣ୍ଣ ଦକ୍ଷତାପ୍ରାପ୍ତ ଖେଳାଳି ରହିଥିବାରୁ ଚେନ୍ନଇ ବିପକ୍ଷରେ ପ୍ରତିଶୋଧ ଲକ୍ଷ୍ୟ ନେଇ ଦଳ ଖେଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories