www.samajalive.in
Sunday, December 7, 2025
16.1 C
Bhubaneswar

ତ୍ରିଦିନାତ୍ମକ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଶୁଭାରମ୍ଭ 

ବରପାଲି : ବରପାଲି ବରଦା ମା’ ଦୁର୍ଗାଙ୍କ ତ୍ରିଦିନାତ୍ମକ ଶାରଦୀୟ ପୁଜା କାର୍ଯ୍ୟକ୍ରମ ଗୁରୁବାର ନିତି ପରମ୍ପରା ମଧ୍ୟରେ କୋଭିଡ଼ ନିତି ନିୟମକୁ ସମ୍ମାନ ଜଣାଇ ଅଚଂଳର ବିଭିନ୍ନ ମଣ୍ଡପରେ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଅଶୋକ କ୍ଲବ ପକ୍ଷରୁ ଅପରାହ୍ନରେ ପୂଜାକର୍ତ୍ତା ପ୍ରଫୁଲ୍ଲ ସାହୁଙ୍କ ସମେତ ସହଯୋଗୀ ଭକ୍ତମାନେ ଧ୍ୱଜାରୋପଣ ଓ ମା’ଙ୍କ ପାଟଖଣ୍ଡା ଧୁଆ ଓ କଳସ ଶୋଭାଯାତ୍ରାରେ ମଣ୍ଡପ ପରିସରରୁ ବାହାରି ମୂଖ୍ୟକେନାଲ ଶିବ ମନ୍ଦିର ଘାଟରେ ପହଞ୍ଚିଥିଲେ। ପୁର୍ଣ୍ଣକୁମ୍ଭ ଓ ପାଟଖଣ୍ଡା, ଧ୍ୱଜା ବିଧିମତେ ପଣ୍ଡିତ ଆନନ୍ଦ ଦାଶ ଓ ଅଶ୍ୱନୀ ରଥଙ୍କ ଦ୍ୱାରା ବିଧି ଅନୁଶାରେ ପୂଜାର୍ଚ୍ଚନା ହୋଇ ଖଣ୍ଡା ଶୋଭାଯାତ୍ରା ନିରାଡ଼ମ୍ବର ଭାବରେ ପ୍ରତ୍ୟାବର୍ତ୍ତନ କଲା ପରେ ମଣ୍ଡପ ସ୍ଥିତ ମା’ଙ୍କ ମୃଣୟ ପ୍ରତିମୃର୍ତ୍ତି ସମ୍ମୁଖରେ ସ୍ଥାପନ କରାଯାଇଥିଲା।  ପରେ ପଣ୍ଡିତ ଓ ଆଚାର୍ଯ୍ୟ ମାନଙ୍କ ସହାୟତାରେ ପୁର୍ଣ୍ଣକୂମ୍ଭ ସିଦ୍ଧି କଲା ପରେ ମା’ଙ୍କ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ପରେ ସପ୍ତମୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ସହିତ ଆସନ୍ତା କାଲି ମହାଷ୍ଟମୀ ପୂଜା ଚଣ୍ଡିପାଠ ହୋମଯଜ୍ଞ କାର୍ଯ୍ୟକ୍ରମର ଆରମ୍ଭ ହୋଇ ମାଁ ଭଉଣୀ ମାନଙ୍କ ଦ୍ୱାରା ଭାଇ ଜିଉନ୍ତିଆ ପର୍ବ ପାଳିତ ହେବ। ୨୪ତାରିଖ ମା’ ଙ୍କ ମହାନବମୀ ସନ୍ଧିପୂଜା କାର୍ଯ୍ୟକ୍ରମ ସହ ନବମୀପୂଜା ପାଳନ କରାଯିବ ବୋଲି ଜଣାପଡ଼ିଥିଲା। ୨୫ତାରିଖ  ବିଜୟାଦଶମୀ ଦଶହରା ଉତ୍ସବ ପାଳିତ ହେଉଥିବା ବେଳେ ସାଂସ୍କୃତିକ କର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପରମ୍ପର ଉପରେ ବାରଣ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories