www.samajalive.in
Thursday, December 11, 2025
15.1 C
Bhubaneswar

ସୁସ୍ଥ ଶରୀର ପାଇଁ ଦିନର ଆରମ୍ଭ ଏଭଳି ଉପାୟରେ କରନ୍ତୁ

କୁହାଯାଏ,ପ୍ରତିଦିନର ସକାଳ ଭଲରେ ବିତିଲେ ଦିନଯାକ ଭଲରେ ବିତିଥାଏ। ଦିନଯାକ ଆପଣ ନିଜକୁ ସତେଜ ଅନୁଭବ କରିବେ। ସକାଳ ଭଲରେ ବତିଲେ ଦିନଯାକର କାମ ଖୁବ ସହଜ ଲାଗିଥାଏ। ଶରୀର ମଧ୍ୟ ସୁସ୍ଥ ଭଳି ଅନୁଭବ ହୋଇଥାଏ। ତେବେ ଏଥିପାଇଁ କିଛି ପାନୀୟ ବେଶ ସହାୟକ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ….
ସକାଳେ ଉଠି ସର୍ବପ୍ରଥମେ ଏକ କପ ସତେଜ ପୁଦିନାପତ୍ରର ଚା’ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ପାଚତନ୍ତ୍ର ଓ ରୋଗ ପ୍ରତିରୋଧକ କ୍ଷମତାକୁ ସଠିକ ରଖିଥାଏ। ଏହାକୁ ସେବନ କରିବା ଦ୍ୱାରା ଦିନଯାକ ସତେଜ ଅନୁଭବ କରନ୍ତି।
ଲେମ୍ବୁ ପାଣିକୁ ସାଧାରଣ ଭାବେ ମଧ୍ୟ ଶକ୍ତି ପ୍ରଦାନ କରୁଥିବା ପାନୀୟ ବୋଲି କୁହାଯାଏ। ସକାଳୁ ସକାଳୁ ଅଳ୍ପ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଶରୀର ପାଇଁ ବେଶ ସ୍ୱାସ୍ଥ୍ୟକର। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।
ସକାଳୁ ସକାଳୁ ଗ୍ରୀନ ଟିର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିଥାଆନ୍ତି। ତେଣୁ ସକାଳୁ ଗ୍ରୀନ ଟିର ସେବନ ବେଶ ହିତକାରକ।
ପଇଡ ପାଣି ମଧ୍ୟ ଶକ୍ତି ପ୍ରଦାନ କରୁଥିବା ପାନୀୟ ବୋଲି କୁହାଯାଏ। ସକାଳୁ ସକାଳୁ ଏହାକୁ ସେବନ କରିବା ଦ୍ୱାରା ଦିନ ଯାକ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଦିନଯାକ ସତେଜ ଅନୁଭବ ହୋଇଥାଏ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories