www.samajalive.in
Saturday, December 13, 2025
26.1 C
Bhubaneswar

ଧରୁଥିଲେ ମାଛ ; ଫସିଲା କୁମ୍ଭୀର

ବହୁ ସମୟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ଅଷ୍ଟ୍ରେଲିୟାରେ ଜଣେ ବ୍ୟକ୍ତି ନଦୀରେ ମାଛ ଧରିବାର ପ୍ରୟାସ କରୁଥିଲେ। ମାତ୍ର ଯେଉଁଥିରେ ମାଛ ଧରିବାକୁ ଚେଷ୍ଟା କରୁଥିଲେ ସେଥିରେ ଧରାଦେଇଥିଲା ଏକ କୁମ୍ଭୀର। କୁମ୍ଭୀରକୁ ଦେଖି ଉକ୍ତ ବ୍ୟକ୍ତି ଓ ତାଙ୍କ ସହ ଥିବା ତାଙ୍କ ବନ୍ଧୁମାନେ ଚମକି ପଡ଼ିଥିଲେ। ବ୍ୟକ୍ତି ଜଣ ଦୀର୍ଘ ସମୟ ଧରି ମାଛ ଧରିବାକୁ ପ୍ରୟାସ କରୁଥିଲେ। ମାତ୍ର ବ୍ୟକ୍ତିଙ୍କୁ ମାଛ ବଦଳରେ ଧରା ଦେଇଥିଲା ଏକ କୁମ୍ଭୀର। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।
ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି, ମାଛ ବଦଳରେ କୁମ୍ଭୀରଟି ଫସିଯିବା ପରେ ସେ ସେଥିରୁ ବାହାରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଥିଲା। ମାଛ ପାଇଁ ଥିବା କଣ୍ଟାରେ କୁମ୍ଭୀର ଫସିବା ପରେ ତା’ର ଓଜନ ଅଧିକ ହେବାରୁ କୁମ୍ଭୀରଟି କଣ୍ଟାକୁ ଛିଣ୍ଡାଇ ପାଣି ଭିତରକୁ ପଳାଇ ଯାଇଥିଲା।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories