www.samajalive.in
Thursday, December 11, 2025
14.1 C
Bhubaneswar

କେକେଆର୍‌ର ୮୪ ରନ୍; ଆର୍‌ସିବିର ସହଜ ବିଜୟ

ଆବୁଧାବି: ଚଳିତ ଆଇପିଏଲ୍‌ରେ ବୁଧବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ପ୍ରଥମେ ବ୍ୟାଟିଂକରି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୦ ଓଭରରେ ୮ ୱିକେଟ୍‌ ହରାଇ ମାତ୍ର ୮୪ ରନ୍‌ କରିଥିଲା। ଫଳରେ ଆର୍‌ସିବି ୮ ୱିକେଟରେ ବିପୁଳ ବିଜୟ ହାସଲକରି ପ୍ଲେଅଫ୍ ଆଡ଼କୁ ଅଗ୍ରସର ହେଉଛି। ମହମ୍ମଦ ସିରାଜ୍ ଓ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଯୋଗୁଁ କେକେଆର୍ ଏପରି ଦଶା ଭୋଗିଛି। ଚଳିତ ସଂସ୍କରଣରେ ୮୪ ରନ୍ ସର୍ବନିମ୍ନ ଦଳଗତ ସ୍କୋର୍ ଏବଂ ଆଇପିଏଲ୍‌ ଇତିହାସରେ ୮୪ ରନ୍ କେକେଆର୍‌ର ୨ୟ ସର୍ବନିମ୍ନ ସ୍କୋର୍। ୨୦୦୮ରେ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ କେକେଆର୍‌ ୬୭ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ୮୫ ରନ୍ ଲକ୍ଷ୍ୟକୁ ଆର୍‌ସିବି ୧୩.୩ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା। ଆର୍‌ସିବି ୧୦ମ ମ୍ୟାଚ୍‌ରେ ୭ମ ବିଜୟ ହାସଲକରି ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। କେକେଆର୍ ୧୦ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।

ଟସ୍‌ ଜିତି କଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ବିପର୍ଯ୍ୟୟ ସହ କଲକାତା ତା’ର ଇନିଂସ ଆରମ୍ଭ କରିଥିଲା। ଏହା ୩ ରନ୍‌ରେ ୩ଟି ଏବଂ ୧୪ ରନ୍‌ରେ ୪ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ମ୍ୟାଚ୍‌ର ୨ୟ ଓଭରରେ କ୍ରମାଗତ ୨ଟି ବଲ୍‌ରେ ରାହୁଲ ତ୍ରିପାଠୀ (୧) ଓ ନୀତୀଶ ରାଣା (୦)ଙ୍କୁ ବୋଲ୍‌ଡ କରି ଦେଇଥିଲେ ମହମ୍ମଦ ସିରାଜ୍‌। ପରବର୍ତ୍ତୀ ଓଭରରେ ଶୁବ୍‌ମାନ ଗିଲ୍‌ ୧ ରନ୍‌କରି ଆଉଟ ହୋଇଥିଲେ। ଇଂଲଣ୍ଡର ଟମ୍ ବାଣ୍ଟନ୍‌ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୦ ରନ୍‌କରି ବିଦାୟ ନେଇଥିଲେ। ପରବର୍ତ୍ତୀ ୫ ଓଭରରେ ଅଧିନାୟକ ଇଓନ୍ ମୋର୍ଗାନ୍ ଓ ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ ୧୮ ରନ୍ ଯୋଗକରିବା ପରେ କାର୍ତ୍ତିକ ଆଉଟ ହୋଇଥିଲେ। କାର୍ତ୍ତିକ ୧୪ ବଲ୍‌ରୁ ୪ ରନ୍ କରିଥିଲେ। ୩୨ ରନ୍‌ରେ ୫ଟି ୱିକେଟ ହରାଇ କଲକାତା ନାଇଟ୍‌ ରାଇଡର୍ସ ଦୟନୀୟ ସ୍ଥିତିରେ ଥିଲା। ପ୍ୟାଟ୍‌ କମିନ୍‌ସ ମାତ୍ର ୪ ରନ୍ କରି ପାରିଥିଲେ। ୧୨ ଓଭର କ୍ରିଜ୍‌ରେ ରହି ୩୪ଟି ବଲ୍‌ର ମୁକାବିଲା କରି ଗୋଟିଏ ଛକା ଓ ୩ଟି ଚୌକା ସହ ୩୦ ରନ୍ କରିଥିବା ଇଓନ୍ ମୋର୍ଗାନ୍ ଆଉଟ ହୋଇଯିବା କେକେଆର୍ ପାଇଁ ଶକ୍ତ ଧକ୍କା ଥିଲା। ଶେଷ ୨୬ ବଲ୍‌ରୁ କୁଲଦୀପ ଯାଦବ ଓ ଲୋକି ଫର୍ଗୁସନ୍ ୮ମ ୱିକେଟ ପାଇଁ ୨୭ ରନ୍ ଯୋଡ଼ିଥିଲେ। କୁଲଦୀପ ୧୨ ଓ ଫର୍ଗୁସନ୍ ଅପରାଜିତ ୧୯ ରନ୍ କରିଥିଲେ। ମହମ୍ମଦ ସିରାଜ୍ ୪ ଓଭରରୁ ୨ଟି ମେଡେନ୍ ସହ ୩ଟି ୱିକେଟ ନେଇଥିଲେ। ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ପାଇଥିଲେ। ଆଇପିଏଲ୍‌ ଇତିହାସରେ ପ୍ରଥମ ବୋଲର ଭାବେ ସିରାଜ୍ ୨ଟି ମେଡେନ୍ ଓଭର ପକାଇଥିଲେ।
୮୫ ରନ୍‌ର ସହଜ ଲକ୍ଷ୍ୟ ନେଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓପ୍‌ନିଂ ଯୋଡ଼ିରେ ୪୬ ରନ୍‌ କରିବା ପରେ ୩ଟି ବଲ୍‌ରେ ୨ଟି ୱିକେଟ ହରାଇଥିଲା। ଆରୋନ୍ ଫିଞ୍ଚ୍ ୨୧ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ଦେବଦତ୍ତ ପାଡିକଲ୍ ୧୭ ବଲ୍‌ରୁ ୩ଟି ଚୌକା ସହ ୨୫ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ପରେ ଗୁରକିରତ ମାନ୍ ଓ ଅଧିନାୟକ ବିରାଟ କୋହଲି ଆର୍‌ସିବିକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଗୁରକିରତ ୪ଟି ଚୌକା ସହ ୨୧ ଏବଂ କୋହଲି ୨ଟି ଚୌକା ସହ ୧୮ ରନ୍‌କରି ଅପରାଜିତ ଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories