www.samajalive.in
Thursday, December 11, 2025
14.1 C
Bhubaneswar

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଓକିଲଙ୍କୁ ସଂଘରୁ ନିଲମ୍ବନ କଲା ଝାରସୁଗୁଡ଼ା ବାର ଆସୋସିଏସନ

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଝାରସୁଗୁଡ଼ାର ମେହେନ୍ଦୀ ରେଜା ନାମକ ଜଣେ ଆଇନଜୀବୀ ହରଡ଼ଘଣାରେ ପଡିଛନ୍ତି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ସଦସ୍ୟତା ରଦ୍ଦ କରାଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ତାଙ୍କ ଓକିଲ ଲାଇସେନ୍ସ ରଦ୍ଦ କରିବାକୁ ବାର କାଉନସିଲକୁ ସୁପାରିଶ କରାଯିବ ବୋଲି ଝାରସୁଗୁଡ଼ା ଓକିଲ ସଂଘ ଚରମ ନିଷ୍ପତ୍ତି ନେଇଛି ।।।ଝାରସୁଗୁଡା ଜିଲ୍ଳାପାଳ ଓ ଏସପି ଙ୍କୁ ଭେଟି ତୁରନ୍ତ ସମ୍ପୃକ୍ତ ଓକିଲ ଙ୍କୁ ଗିରଫ ଦାବି କରାଯିବ ବୋଲି ବାର ତରଫରୁ କୁହାଯାଇଛି ।

- Advertisement -

ଝାରସୁଗୁଡ଼ା ବାର ରେ ଓକିଲାତି କରୁଥିବା ମେହେନ୍ଦୀ ରେଜା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମରେ ଫେସବୁକରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଥିଲା । ଝାରସୁଗୁଡା ହନୁମାନ ମନ୍ଦିର ସେବା ସମିତି ପକ୍ଷରୁ ମେହେନ୍ଦୀ ରେଜା ବିରୁଦ୍ଧରେ ଗତ ୧୭ ତାରିଖରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲା । ଏତଲାରେ କୁହାଯାଇଛି ଯେ, ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦୀ ରେଜା ପେଶାରେ ଓକିଲ ଓକିଲ ହୋଇଥିଲେ ହେଁ ଜଣେ ମହିଳାଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ କରିବା ଅଶୋଭନୀୟ ଓ ଅମାନବୀୟ ତଥା ଅକ୍ଷମଣୀୟ ।

ଅଭିନେତ୍ରୀ କଙ୍ଗନା ନବରାତ୍ରି ଉପଲକ୍ଷେ ଫେସବୁକରେ ନିଜର କେତେକ ଫଟୋ ଅପଲୋଡ଼ କରିଥିଲେ । ଓକିଲ ମେହେନ୍ଦୀ ରେଜା ସେଥିରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ତାଙ୍କର ଏଭଳି ଟିପ୍ପଣୀ ଫଳରେ ଅଭିନେତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଝାରସୁଗୁଡା ଥାନା ରେ ଅଭିଯୋଗ କରାଯାଇଛି । ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଏତଲା କୁ ଭିତ୍ତିକରି ମେହେନ୍ଦୀ ରାଜା ବିରୋଧ ରେ ଦଫା ୨୯୪ ଓ IT ACT ର ଧାରା ୬୭ ଏକ ମାମଲା ରୁଜୁ କରାଯାଇଛି । ଏହି ବିବାଦ ଘନେଇବା ପରେ ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି । ତା ଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌ସେ ସ୍ପଷ୍ଟୀକରଣ ଦେଇଛନ୍ତି । ମାତ୍ର ଆକାଉଣ୍ଟ ହ୍ୟାକ ହୋଇଥିବା ସମ୍ବନ୍ଧରେ କୌଣସି ଅଭିଯୋଗ କରିନାହାନ୍ତି । ଏଣୁ ସେ ନିଜେ ଏହି ମନ୍ତବ୍ୟ ଦେଇଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାକୁ ଝାରସୁଗୁଡା ଓକିଲ ସଂଘ ଗୁରୁତର ସହ ନେଇଛି । ସମେତ ଜିଲ୍ଲା ବିଜେପି ମଧ୍ୟ ତୀବ୍ର ସମାଲୋଚନା କରିଛି ।

ଆଜି ଜିଲ୍ଲା ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେହେନ୍ଦୀ ରେଜା ବିରୋଧ ରେ କଡା ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘ ର ଅନ୍ତରୀଣ ସଭାପତି ପି ରାମ ମୋହନ ରାଓ । ସାମାଜିକ ଗଣମାଧ୍ୟମ ଏଭଳି ପୋଷ୍ଟ ପାଇଁ ସହର ରେ ଭାଇଚାରା ନଷ୍ଟ ହେଉଥିବା ବେଳେ ତୁରନ୍ତ ମେହେନ୍ଦୀ ରେଜା କୁ ଗିରଫ ପାଇଁ ଦାବି କରିଛନ୍ତି ବିଜେପି ର ବରିଷ୍ଠ ନେତା ଦିନେଶ ଜୈନ ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories