www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ପୁଲିସ୍‍ ସ୍ମାରକୀ କେବଳ ଏକ ସ୍ତମ୍ଭ ନୁହେଁ, ଏହା ସର୍ବଶ୍ରେଷ୍ଠ ବଳିଦାନର ପ୍ରତୀକ – ଶାହା

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସୀମାକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରଖିବା ଦିଗରେ ସରକାର ଅହରହ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସୀମାରେ ମୁତୟନ ହୋଇଥିବା ଯବାନମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସୁବିଧା ଯୋଗାଇ ଦିଆଯାଉଛି। ନୂଆଦିଲ୍ଲୀସ୍ଥିତ ଜାତୀୟ ପୁଲିସ୍‍ ସ୍ମାରକୀଠାରେ ପୁଲିସ୍‍ ସ୍ମାରକୀ ଦିବସ ପ୍ୟାରେଡରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ଶାହା ଶହୀଦ ପୁଲିସ୍‍ କର୍ମଚାରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ପୁଲିସ୍‍ କର୍ମଚାରୀମାନେ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାର ଦାୟିତ୍ୱ ବହନ କରିଛନ୍ତି ଓ ତାଙ୍କ ସରକାର ପୁଲିସ୍‍ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ।

- Advertisement -


ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩୫ ହଜାର ୩୯୮ ଜଣ ପୁଲିସ୍‍ କର୍ମଚାରୀ ଦେଶପାଇଁ ପ୍ରାଣବଳୀ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ୨୬୪ ଜଣ ରାଜ୍ୟ ପୁଲିସ୍‍ ବାହିନୀ କର୍ମଚାରୀ ଓ କେନ୍ଦ୍ରୀ ସଶସ୍ତ୍ର ପୁଲିସ୍‍ ବାହିନୀ ଯବାନ ଗତବର୍ଷ ସେମାନଙ୍କର କର୍ତ୍ତବ୍ୟ ନିର୍ବାହନ କରିବା ସମୟରେ ପ୍ରାଣବଳୀ ଦେଇଛନ୍ତି। ସେ କହିଛନ୍ତି ଜାତୀୟ ପୁଲିସ୍‍ ସ୍ମାରକୀ କେବଳ ଏକ ସ୍ତମ୍ଭ ନୁହେଁ, ଏହା ପୁଲିସ୍‍ କର୍ମଚାରୀମାନଙ୍କର ସର୍ବଶ୍ରେଷ୍ଠ ବଳିଦାନର ପ୍ରତୀକ ବହନ କରେ। ଏଥିପାଇଁ ଦେଶ ଗର୍ବିତ ଓ ଜାତୀୟ ପତାକାର ଗୌରବ ବଜାୟ ରହିଛି।

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କୋବିଡ ସମୟରେ ପୁଲିସ୍‍ ଏବଂ ସିଏପିଏଫ୍‍ କର୍ମଚାରୀମାନେ ମଧ୍ୟ ଅଭୂତପୂର୍ବ କାର୍ଯ୍ୟ କରି ଦେଖାଉଛନ୍ତି। କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରି ୩୪୩ ଜଣ ପୁଲିସ୍‍ ଏବଂ ସିଏପିଏଫ୍‍ କର୍ମଚାରୀ ପ୍ରାଣବଳି ଦେଇସାରିଛନ୍ତି। ଶ୍ରୀ ଶାହା କହିଛନ୍ତି, ମାତୃଭୂମିର ସୁରକ୍ଷା ପ୍ରତି ସେମାନଙ୍କର ସଂକଳ୍ପବଦ୍ଧତା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣୀତ କରି ଚାଲିବ। ଶ୍ରୀ ଶାହା କହିଛନ୍ତି, ପୁଲିସ୍‍ କର୍ମଚାରୀଙ୍କର ଉଲ୍ଲେଖନୀୟ ସେବା ଓ ଅସୀମ ସାହସ ପାଇଁ ଦେଶ ନିଜକୁ ଗୌରବାନ୍ୱିତ ମନେକରୁଛି।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories