www.samajalive.in
Wednesday, December 10, 2025
16.1 C
Bhubaneswar

୨୭ ଥର ଆଧାର କାର୍ଡ ଉତ୍ତୋଳନ ପରେ ମଧ୍ୟ ଫଳ ଶୂନ, ବିଡିଓଙ୍କ ଦ୍ୱାରସ୍ଥ ହେଲେ ବିନୋଦ

ଫୁଲବାଣୀ/ଖଜୁରିପଡ଼ା: ଥରେ ନୁହେଁ କି ୨ ଥର ନୁହେଁ, ୨୭ଥର ଇତି ମଧ୍ୟରେ ଆଧାରକାର୍ଡ଼ ପାଇଁ ଫଟୋ ଉଠାଇ ସାରିଲେଣି ତଥାପି ଫଳ ଶୁନ। ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଅରାପାଜୁ ଗ୍ରାମ ପଂଚାୟତ ଅନ୍ତର୍ଗତ ବରଡା ଗ୍ରାମର ବିନୋଦ ଦିଗାଲ(୩୬) ତାଙ୍କ ପରିବାର ପକ୍ଷରୁ। ଇତି ମଧ୍ୟରେ ୨୮ ଥର ସେମାନଙ୍କର ଆଧାର କାର୍ଡ ପାଇଁ ଫୋଟ ଉଠାଇଥିଲେ ମଧ୍ୟ ସେମାନଙ୍କର ଆଧାର କାର୍ଡ ହୋଇ ପାରିନାହିଁ। ଫଳରେ ସେମାନେ ସରକାରଙ୍କ ଅନେକ ଯୋଜନାରେ ସାମିଲ୍‍ ହୋଇ ପାରୁନାହାନ୍ତି। ଇତି ମଧ୍ୟରେ ଏନେଇ ସେମାନେ ବିିଭନ୍ନ ସ୍ତରରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ଫାଇଦା ମିଳିନାହିଁ। ଶେଷରେ କୌଣସି ପ୍ରକାର ଉପାୟ ନପାଇ ଆଜି ବିନୋଦ ଲିଖିତ ଭାବେ ବିନୋଦ ଏନେଇ ଖଜୁରିପଡା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।। ଆଧାରକାର୍ଡ଼ ନଥିବା ଯୋଗୁଁ ଅନ୍ୟ କୌଣସି ପ୍ରକାର ସରକାରୀ ଯେଜାନାରେ ସାମିଲ୍‍ ହୋଇ ପାରିନଥିବା ବେଳେ କେବଳ ରାସନକାର୍ଡରେ ୩୫କେଜି ଚାୁଲ ମିଳୁଛି। ସେ ଜଣେ ଦିନ ମଜୁରିଆ ଭାବେ କାମ କରିବା ସହ ଚାଷ ବାସ କାମ କରୁଛନ୍ତି। ସେଥିରୁ ଯାହା ଅର୍ଥ ମିଳେ ସେଥିରେ ପରିବାର ପ୍ରତିପୋଷଣ କରୁଛି। ଗତ ଦିନରେ ଖଜୁରିପଡ଼ା ବ୍ଳକର ଜିତେନ୍ଦ୍ର ନାମକ ଏକ ବ୍ୟକ୍ତି ୨୨ଥର ଆଧାରକାର୍ଡ଼ ପାଇଁ ଫଟୋ ଉଠାଇଥିଲେ ମଧ୍ୟ ସପଳ ହୋଇ ନଥିବା ବେଳେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବ୍ଳକ ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରି ସ୍ୱତନ୍ତ୍ର ଭାବେ ଫୋଟ ଉଠାଇବା ସହିତ ନିକଟରେ ଜିତେନ୍ଦ୍ରଙ୍କର ଆଧାରକାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ବିନୋଦ କ୍ଷେତ୍ରରେ ମଧ୍ୟ ଆଧାର କାର୍ଡ କରିବା ପାଇଁ ସଂପୂର୍ଣ୍ଣଭାବେ ସହଯୋଗ କରାଯିବ ବୋଲି ବି.ଡ଼ି.ଓ ପ୍ରକାଶ କରିଛନ୍ତି। ପୂର୍ବରୁ ଜିତେନ୍ଦ୍ର ଆଧାରକାର୍ଡ଼ ସମସ୍ୟା ନେଇ ଭୁବନେଶ୍ୱର ସ୍ଥିତ ଓକାକ୍‍ କାର୍ଯ୍ୟାଳୟରେ ମଧ୍ୟ ଗତ ୧୧.୩.୨୦୧୯ ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିବାର ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories