www.samajalive.in
Wednesday, December 10, 2025
18.1 C
Bhubaneswar

ଜଣେ ଡାକ୍ତରଙ୍କ ସମେତ ୧୮ ସଂକ୍ରମିତ, କରୋନା ନେଲା ପୁଣି ଜଣେ କୋଭିଡ଼୍‍ ଯୋଦ୍ଧାଙ୍କ ମୁଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜଣେ ଡାକ୍ତରଙ୍କ ସମେତ ୧୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୯୫ ରେ ପହଂଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫,୧୧୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ରେ ରହିଛି। ଆଉ ୨୫୬ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଆଜି କରୋନା ପୁଣିଥରେ ଜଣେ କରୋନା ଯୋଦ୍ଧାଙ୍କୁ ମୁଣ୍ଡ ନେଇଛି। ସେ ହେଉଛନ୍ତି କୋଭିଡ଼୍‍ ଯୋଦ୍ଧା ଶ୍ରୀଧର ସ୍ୱାଇଁ।

- Advertisement -

କନ୍ଧମାଳ ସ୍ୱାସ୍ଥ୍ୟ ବିଭାଗରେ ଅ।।ା କୋଡ଼ିନେଟର ଭାବେ କାର୍ଯ୍ୟକରୁଥିବା ସ୍ୱର୍ଗତ ସ୍ୱାଇଁ ଗତ ସେପ୍ଟେମ୍ବର ୪ ତାରିକରେ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ପ୍ରଥମେ ଫୁଲବାଣୀ ଓ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କୋଭିଡ଼ି ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଆଖି ବୁଜୁଥିଲେ। ଡ଼ାକ୍ତର ମାନଙ୍କର ସମସ୍ତ ପ୍ରକାର ଉଦ୍ୟମ ପରେ ମଧ୍ୟ ତାଙ୍କର ଦେହାନ୍ତ ଘଟିଥିବାର ଜଣାଯାଇଛି। ଏହାକୁ ନେଇ ସମଗ୍ର ସ୍ୱାସ୍ଥ୍ୟ ବିଭାଗରେ ଏକ ଶୋକରଛାୟା ଖେଳି ଯାଇଛି। ଜଣେ ମେଳାପି ଓ ସ୍ନେହିବ୍ୟକ୍ତିଥିଲେ। ସ୍ୱର୍ଗତ ସ୍ୱାଇଁଙ୍କ ନିଜ ଘର ନୟାଗଡ଼ ଜିଲାରେ। ବୁଧବାର ତାଙ୍କୁ ନୟାଗଡ଼ ଠାରେ ଗାର୍ଡ଼ ଅଫ୍‍ ଅନର ଦିଆଯିବା ନେଇ ନୟାଗଡ଼ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳ ଜିଲାରେ ଆଶା ସଂଯୋଜକ ଦାୟିିତ୍ୱ ନେବା ପରେ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ଆଶା ମାନଙ୍କର ବିଭିନ୍ନ ସମସ୍ୟା ସହିତ ନିଜକୁ ସାମିଲ୍‍ କରିବାରେ ସକ୍ଷମ ହୋଇଥିଲେ। ଏପରିକି ବିଭିନ୍ନ ଆଶା କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ଅନ୍ୟପକ୍ଷରେ ଆଜି ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲିଗୁଡା ବିଜ୍ଞାପିତ ଅଂଚଳରେ ୨ଜଣ, ଚକାପାଦର ୩ ଜଣ,ଘୁ.ଉଦୟଗିରି ଅଂଚଳରେ ଜଣେ, କ.ନୁଆଗାଁର ଜଣେ,,ଖଜୁରିପଡାର ଜଣେ, ରାଇକିଆର ଜଣେ, ଟିକାବାଲିର ଜଣେ, ତୁମୁଡିବନ୍ଧର ୨ଜଣ ଏବଂ ଦାରିଙ୍ଗବାଡି ଅଂଚଳର ୨ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories