www.samajalive.in
Monday, December 8, 2025
24.1 C
Bhubaneswar

ସୋମବାର ରାଶିଫଳ (୧୯/୧୦/୨୦୨୦)

ମେଷ: ଜଟିଳ ସମସ୍ୟା ଦେଖା ଦେଇପାରେ। ଭୋଜନ ତୃପ୍ତିଦାୟକ ନ ହୋଇପାରେ। ସ୍ୱାଭିମାନୀ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଉପଯୁକ୍ତ ପରାମର୍ଶ ଦାତା ହେବେ। ଦେବ-ଦ୍ୱିଜ ପରାୟଣ ହେବେ।

ବୃଷ: ବହୁ ସୁଖର ଅଧିକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ସ୍ଥିର କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ସପରିବାର ଆନନ୍ଦ ଉପଭୋଗ କରିପାରନ୍ତି।

ମିଥୁନ: ପଦକ୍ଷେପ ସନ୍ତୋଷଜନକ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଭାବ ବିହ୍ବଳ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହଛି। ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ।

କର୍କଟ: ଚିନ୍ତାଧାରା ଉନ୍ନତମାନର ହେବ। ଅଧ୍ୟାପନା ପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ: ଗମନାଗମନ ଖର୍ଚ୍ଚ ବହୁଳ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। କର୍ମଚଞ୍ଚଳ ରହିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।

କନ୍ୟା: ଜନ ସମର୍ଥନ ପାଇ ଖୁସି ହେବେ। ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।

ତୁଳା: ଯାତ୍ରା ଶୁଭଦାୟକ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। କିଛି ନା କିଛି ରୋଜଗାର ହେବ। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ଚଳିବେ।

ବିଛା: ନିଜର ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାରକ୍ଷମ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ଯାତ୍ରା ସଫଳ ହେବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ବୁଦ୍ଧିମାନର କାର୍ଯ୍ୟହେବ। ମଧୁରଭାଷାରେ ପରକୁ ଆପଣାର କରିବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ଓ ସର୍ବଜନାନୁରକ୍ତ ହେବେ।

ମକର: ମନ ପ୍ରସନ୍ନ ରହିବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ମାନ୍ୟତା ଓ ଅର୍ଥ ମିଳିବ।

କୁମ୍ଭ: ଯାତ୍ରା ଫଳଦାୟକ ହେବ। ଶ୍ରମର ମୂଲ୍ୟାୟନ ହେବ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ମୀନ: ଦିନଟି ଶୁଭମୟ ହେବ। ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ସନ୍ତୁଷ୍ଟ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ମିଳିବା ତା’ର ସଦ୍‍ବ୍ୟବହାର କରି ଲୋକପ୍ରିୟ ହେବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିପାରନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories