www.samajalive.in
Monday, December 8, 2025
24.1 C
Bhubaneswar

ଛ’ ମାସ ପରେ ଚାଲିଲା ତେଜସ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍

ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍ର ଚଳାଚଳ ଆରମ୍ଭ କରିଛି। କରୋନା ଭୂତାଣୁ ମହାମାରୀ କାରଣରୁଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍‍ ଏକ୍ସପ୍ରେସ୍‍ ଟେନ୍‍କୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍‍ କରାଯାଇଥିଲା। କୋଭିଡ୍‍-୧୯ ମହାମାରୀ କାଳରେ ଟ୍ରେନ୍‍ ଚଳାଚଳର ପରିଚାଳନା ନିମନ୍ତେ ଆଇଆରସିଟିସି ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଯାତ୍ରୀମାନଙ୍କର ନିରାପତାକୁ ସୁନିଶ୍ଚିତ କରିବା ସକାଶେ କୋଭିଡ୍‍-୧୯ ନିୟମାବଳୀ ପାଳନ ପାଇଁ ଏକ ଆଦର୍ଶ ପରିଚାଳନା ପ୍ରକ୍ରିୟା ଜାରି କରାଯାଇଛି।

ଆରମ୍ଭରେ ସାମାଜିକ ଦ୍ୱରତ୍ୱ ନିୟମ ଅନୁସରଣ କରାଯାଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ସିଟ୍‍ ଖାଲି ରଖାଯିବ। ଥରେ ସିଟରେ ବସିବା ପରେ ଯାତ୍ରୀମାନେ ସେମାନଙ୍କ ସିଟ୍‍ ବଦଳାଇ ପାରିବେ ନାହିଁ। ଯାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‍ ଡାଉନ୍‍ଲୋଡ୍‍ ଏବଂ ଆବଶ୍ୟକ ପଡିଲେ ତାକୁ ଦେଖାଇବା ପାଇଁ କୁହାଯାଇଛି। ପ୍ରତ୍ୟେକ ଯାତ୍ରୀଙ୍କୁ ଗୋଟିଏ ଲେଖାଏଁ କୋଭିଡ୍‍-୧୯ ସୁରକ୍ଷା କିଟ୍‍ ଯୋଗାଇ ଦିଆଯିବ ଯେଉଁଥିରେ ଗୋଟିଏ ହାଣ୍ଡ ସାନିଟାଇଜର୍‍ ବୋତଲ୍‍, ମାସ୍କ, ଫେସ୍‍ସିଲ୍ଡ୍‍, ଓ ଏକଯୋଡା ଗ୍ଲୋବସ୍‍ ରହିବ। କୋଚରେ ପ୍ରବେଶ ପୂର୍ବରୁ ଯାତ୍ରୀମାନଙ୍କୁ ଥର୍ମାଲ୍‍ ସ୍କ୍ରିନିଂ ଓ ହାଣ୍ଡ ସାନିଟାଇଜେନ୍‍ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories