www.samajalive.in
Thursday, December 11, 2025
14.1 C
Bhubaneswar

ନୂଆ ଷ୍ଟାର୍ଟଅପକୁ ବିଶେଷ ରିହାତି ଦେବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗୀ (ଏମଏସଏମଇ)ଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ନୂଆ ତରିକା ଆପଣା ଯାଇଛି। ଏମଏସଏମଇ ଉଦ୍ୟୋଗୀ ଯେପରି ସହଜରେ ବିଭିନ୍ନ ଦ୍ରବ୍ୟ କ୍ରୟରେ ସାମିଲ ହୋଇପାରିବେ ତାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପକ୍ଷରୁ ୨୦୧୩ ଏବଂ ୨୦୧୫ରେ ନିର୍ଦେଶନାମା ଜାରି ହୋଇଥିଲା। କରୋନା ପରିପ୍ରେକ୍ଷୀରେ ଏମଏସଏମଇ ଉଦ୍ୟୋଗୀ ଓ ନୂତନ ଷ୍ଟାର୍ଟଅପମାନଙ୍କୁ ଦ୍ରବ୍ୟ ସଂଗ୍ରହରେ ସିଧାସଳଖ ଭାଗନେବା ପାଇଁ ସରକାରଙ୍କ ପକ୍ଷରୁ ରିଆତି ଯୋଜନା କରାଯାଇଛି। ଏଣିକି ଉଦ୍ୟୋଗୀଙ୍କୁ ବାର୍ଷିକ ଟର୍ଣ୍ଣ ଓଭରର ବିବରଣୀ ଦେବାକୁ ପଡ଼ିବ ନାହିଁ। ସବୁଠାରୁ ବଡ଼କଥା ହେଲା ଟେଣ୍ଡର ଇଭାଲ୍ୟୁସନ ବେଳେ ସ୍ୱତନ୍ତ୍ର ରିଆତି ଏହି ବର୍ଗର ଉଦ୍ୟୋଗୀମାନେ ପାଇବେ।

ଶୁକ୍ରବାର ଏ ସଂକ୍ରାନ୍ତରେ ଅର୍ଥବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏକ ନିର୍ଦେଶନାମା ଜାରି କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ପକ୍ଷରୁ ଏମଏସଏମଇ ନୀତି-୨୦୧୬କୁ ପରିବର୍ତ୍ତନ କରାଯାଇଛି। ରାଜ୍ୟର ବିକାଶ ସହିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାପାଇଁ ୨୦୧୬ ନୀତିରେ ଆଉ କିଛି ଅତିରିକ୍ତ ବ୍ୟବସ୍ଥା ଯୋଡାଯାଇଛି। ଏହାଦ୍ୱାରା ଉଦ୍ୟୋଗୀମାନେ ବିଡ଼ିଂ ପ୍ରକ୍ରିୟା ବେଳେ ଇଏମଡି ଭରିବାକୁ ପଡ଼ିବ ନାହିଁ।

- Advertisement -

ସଂପୃକ୍ତ ଉଦ୍ୟୋଗୀ ଯଦି ବିଡ଼ିଂ ପ୍ରକ୍ରିୟାର ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚି ଥିବେ ତେବେ ୨୫ ପ୍ରତିଶତ ପରଫରମାନ୍ସ ସିକ୍ୟୁରିଟି ପଇଠ କରିଲେ ଚଳିବ, ନଚେତ୍ ଅର୍ଥ ବିଭାଗର ୨୦୧୮ ନିର୍ଦେଶନାମା ଅନୁଯାୟୀ ତାଙ୍କୁ ରିଆତି ମିଳିବ। ସବୁଠାରୁ ବଡ଼କଥା ହେଲା ଦ୍ରବ୍ୟ କିଣାବିକା ବେଳେ ଜିଏମ ପୋର୍ଟାଲରେ ଯଦି ତାଲିକା ଭିତରର ଦ୍ରବ୍ୟ ନଥାଏ ତେବେ ସେ କ୍ଷେତ୍ରରେ କ୍ରେତା ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଦ୍ରବ୍ୟ ସଂଗ୍ରହ କରିପାରିବ। ସେଥିରେ ଏମଏସଏମଇ ଉଦ୍ୟୋଗୀଙ୍କୁ ସୁଯୋଗ ମିଳିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories