www.samajalive.in
Sunday, December 14, 2025
26.1 C
Bhubaneswar

ମିଥ୍ୟା ପ୍ରତିଶ୍ରୁତି ଦେଇ ଜମାକାରୀଙ୍କୁ ଠକେଇ

ବ୍ରହ୍ମପୁର : ଅଳ୍ପ ଦିନ ମଧ୍ୟରେ ଜମା ଟଙ୍କା ଦୁଇଗୁଣ ହୋଇଯିବ କହି ଜମାକାରୀଙ୍କ ଟଙ୍କା ଠକି ନେଇଥିବା ଅପରାଧରେ ବ୍ରହ୍ମପୁରର ଚିଟଫଣ୍ଡ କୋର୍ଟ (ଓପିଆଇଡି)ଶୁକ୍ରବାର ଚିଟଫଣ୍ଡ କମ୍ପାନୀ ସମେତ କମ୍ପାନୀର ଏମଡିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କୋର୍ଟ ମୁମ୍ବଇର ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ କମ୍ପାନୀ ସମେତ କମ୍ପାନୀର ପରିଚାଳନା ନିର୍ଦେଶକ ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ ଏବଂ ବ୍ରହ୍ମପୁର ଶାଖା ପରିଚାଳକ ସୁରେଶ ଚନ୍ଦ୍ର ପାଢୀଙ୍କୁ ୧୦ବର୍ଷ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ବ୍ରହ୍ମପୁର କୁଠାରୀ ମନ୍ଦିର ସାହିର ଜମାକାରୀ ମଧୁସୂଦନ ସାମନ୍ତରା ନାମରେ ଜଣେ ଜମାକାରୀଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ହୋଇଛି। ମଧୁସୂଦନ ୨୦୦୯ରେ ଜନାନା ହସପିଟାଲ ରାସ୍ତାରେ ଖୋଲିଥିବା ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ ଲିମିଟେଡ କମ୍ପାନୀର ବ୍ରହ୍ମପୁର ଶାଖାରେ ଏକଲକ୍ଷ ଏକ ହଜାର ଟଙ୍କା ଜମା କରିଥିଲେ। ୩ବର୍ଷରେ ଏହି ଅର୍ଥ ଦୁଇ ଗୁଣ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ୨୦୧୧ ମସିହାରେ ଉକ୍ତ ସ୍ଥାନରୁ ଶାଖା ଅଫିସ ହଠାତ କେଉଁଆଡ଼େ ଉଭାନ ହୋଇଯାଇଥିଲା। ଏହା ପରେ ୨୦୧୩ରେ ମଧୁସୂଦନଙ୍କ ପକ୍ଷରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣି କମ୍ପାନୀର ଏମଡି ଚନ୍ଦ୍ରକାନ୍ତ ଗୋଲେ ଏବଂ ଶାଖା ପରିଚାଳକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ବୈଦ୍ୟନାଥପୁର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦ୍ରକାନ୍ତ ଗୋଲେଙ୍କୁ ଗିରଫ କରିଥିଲା। ବୈଦ୍ୟନାଥପୁର ଥାନାର ତତ୍କାଳୀନ ଆଇଆଇସି ଅଜୟ ମିଶ୍ର ମାମଲାର ତଦନ୍ତ କରିଥିଲେ। ମାମଲାର ଶୁଣାଣି ବ୍ରହ୍ମପୁରର ଓପିଆଇଡି କୋର୍ଟରେ ହୋଇଥିଲା। ଶୁଣାଣି ସମୟରେ ୧୦ରୁ ଊର୍ଦ୍ଧ୍ବ ଜମାକାରୀ ମଧ୍ୟ ଏଭଳି ଠକାମୀର ଶିକାର ହୋଇଥିବା କୋର୍ଟରେ ସାକ୍ଷୀ ଦେଇଥିଲେ। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଓପିଆଇଡି ଜଜ୍‍ ଦେବାଶିଷ ପଣ୍ଡା ଅଭିଯୁକ୍ତ ଚନ୍ଦ୍ରକାନ୍ତ ଓ ଶାଖା ପରିଚାଳକ ସୁରେଶଙ୍କୁ ଆଇପିସିର ଧାରା ୪୨୦, ୪୦୬, ୪୦୯, ୪୬୭, ୪୬୮, ୧୨୦(ବି), ୪,୫ ପ୍ରାଇଜ ଚିଟ୍‍ ମନି ସର୍କୁଲେସନ ଆକ୍ଟ ଏବଂ ୬ ଓପିଆଇଡି ଆକ୍ଟରେ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଏମଡି ଚନ୍ଦ୍ରକାନ୍ତ ଅନ୍ୟ ଏକ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବିଜୟ ପ୍ରଧାନ ପରିଚାଳନା କରୁଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories