www.samajalive.in
Saturday, December 13, 2025
26.1 C
Bhubaneswar

ସୁନା ଚେନ ଲୁଟ ଘଟଣାରେ ଦୁଇ କୋର୍ଟ ଚାଲାଣ

ମୁରିବାହାଲ : ମୁରିବାହାଲ ଥାନା ଅନ୍ତର୍ଗତ ଲେବଡା ମଦ ଭାଟି ନିକଟରେ ଜଣେ ଯୁବକଙ୍କ ଠାରୁ ସୁନା ଚେନ ଲୁଟ ଘଟଣାରେ ମୁରିବାହାଲ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଲନୀରେ ଆଇଆଇସି ତାରା ଜସ୍ମିନ ଗୁରିଆ ପ୍ରକାଶ କରିଛନ୍ତି । ସିନେ୍ଧକେଲା ଥାନା ଚାଁଟିପଲା ନିକଟସ୍ଥ ଅଏଁଲାଭଟା ଗ୍ରାମର ନକ୍ଷତ୍ର ନାଗ (୨୧) ନାମକ ଜଣେ ଯୁବକ ଗତ ୦୯.୧୦.୨୦ ଦିବା ପ୍ରାୟ ୪ଟା ସମୟରେ ନିଜ ଆଇ ଘର ଗାଁ ମୁରିବାହାଲ ଥାନା ଲେବଡା ଗ୍ରାମକୁ ସାଇକେଲରେ ଯାଉ ଥିବା ବେଳେ ତାଙ୍କ ପାଖରେ ଆଇଙ୍କ ୨ଭରି ଓଜନର ସୁନା ଗହଣା ( ଡୁଆମାଲି ୨ପିସ) ଥିଲା। ସେହି ସୁନା ଗହଣା ଧରି ନକ୍ଷତ୍ର ଯାଉଥିବା ବେଳେ ଲେବଡା ଗାଁର ମଦ ଭାଟି ପାଖରେ ଲେବଡା ଗାଁର  ଭୀଷ୍ମ ବନଛୋରଙ୍କ ପୁଅ ପ୍ରଦିପ ବନଛୋର ଅଟକାଇ ପଇସା ମାଗିଲା । ମୋ  ପାଖରେ ପଇସା ନାହିଁ ବୋଲି ନକ୍ଷତ୍ର କହିବାରୁ ସେ ଅସଭ୍ୟ ଭାଷାରେ ଗାଲିଗୁଲଜ କରି ଧକ୍କା ମାରିଲା। ନକ୍ଷତ୍ରର ପ୍ୟାଣ୍ଟରେ ରଖି ଥିବା ୨ ଭରି ଓଜନର ସୁନା ଗହଣା କୁ ଜୋର କରି ଲୁଟି ନେଇ ସେ ଜାଗାରୁ ଫେରାର ହୋଇ ଯାଇଥିଲା। ଏହି ଘଟଣା ବେଳେ ସେଠାରେ ଅଏଁଲାଭଟା ଗାଁର କୋକିଳ ନାଗଙ୍କ ପୁଅ ହିରୋଚନ ନାଗ ସେଠାରେ ଉପସ୍ଥିତ ଥିଲା। ଏସମ୍ପର୍କରେ ନକ୍ଷତ୍ର ପ୍ରଥମେ ସିନେ୍ଧକେଲା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଘଟଣାଟି ମୁରିବାହାଲ ଥାନା ଅଞ୍ଚଳରେ ହୋଇଥିବାରୁ ପୁଣି ଗୁରୁବାର ଆସି ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ମୁରିବାହାଲ ଥାନା ପୁଲିସ କେସ ନଂ ୨୫୦/୨୦ ଆଇପିସି ୩୯୪ ରେ ତଦନ୍ତ କରି  ଦୁଇ ଅଭିଯୁକ୍ତ ପ୍ରଦିପ ବନଛୋର ଓ ହିରୋଚନ ନାଗକୁ ଗିରଫ କରିଥିଲା। ସେମାନେ ନିଜ ଦୋଷ ସ୍ୱୀକାର କରିବାରୁ ତାଙ୍କ ପାଖରୁ ଲୁଟ ସମସ୍ତ ସୁନା ଗହଣା ଜବତ କରିଥିଲା। ଜବତ ସୁନା ଗହଣାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀମତି ଗୁରିଆ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସଆଇ ଅଭୟ ପ୍ରଧାନ, ସଂଯୁକ୍ତା ପ୍ରଧାନ, ଏଏସଆଇ ପଦ୍ମନାଭ ରାଉତଙ୍କ ସହ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories