www.samajalive.in
Monday, December 8, 2025
13.1 C
Bhubaneswar

ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅଯଥାରେ ମୁଣ୍ଡ ନ ଖେଳାଉ ଚୀନ୍‌

ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଚୀନ୍‌ର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି ଗୁରୁବାର କେନ୍ଦ୍ର ସରକାର କହିଛନ୍ତି। ଚୀନ୍‌ର ମନ୍ତବ୍ୟ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ର ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। ସେ କହିଛନ୍ତି, ଅରୁଣାଚଳ ପ୍ରଦେଶ ମଧ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଅନେକ ଥର ଏହି ପ୍ରସଙ୍ଗ ସ୍ପଷ୍ଟ ଭାବେ ଚୀନ୍ ପକ୍ଷକୁ ଅବଗତ କରାଯାଇଛି ଜଣାଯାଇଛି। ମୁଖପାତ୍ର କହିଛନ୍ତି ଯେ ଯେଉଁଭଳି ଅନ୍ୟ ଦେଶଗୁଡିକ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟର ହସ୍ତକ୍ଷେପ ଚାହାନ୍ତି ନାହିଁ, ସେହିଭଳି ଭାରତ ମଧ୍ୟ ଚାହେଁ ନାହିଁ ଯେ ତାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅନ୍ୟ ଦେଶ ଅଯଥାରେ ହସ୍ତକ୍ଷେପ କରନ୍ତୁ ଓ ଅନାବଶ୍ୟକ ମନ୍ତବ୍ୟ ଦିଅନ୍ତୁ।

ସୀମା ଭିତ୍ତିଭୂମି ଉପରେ ଚୀନ୍‌ର ମନ୍ତବ୍ୟ ଉପରେ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତ ସରକାର ଏହାର ଲୋକଙ୍କ ଜୀବିକା ତଥା ଆର୍ଥିକ କଲ୍ୟାଣ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ଧ୍ୟାନ ଦେଉଛନ୍ତି। ସେ କହିଛନ୍ତି, ଅର୍ଥନୈତିକ ବିକାଶ ପାଇଁ ସୀମା ଅଂଚଳର ବିକାଶ ଏବଂ ଭାରତର ସୁରକ୍ଷା ଓ ରଣନୀତିକ ଆବଶ୍ୟକତା ପୂରଣ ପାଇଁ ସରକାର ନିର୍ଦ୍ଦିଷ୍ଟ ଭାବେ ଧ୍ୟାନ ଦେଉଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories