www.samajalive.in
Wednesday, December 10, 2025
16.1 C
Bhubaneswar

ବୃହତ୍‌ ମାନ୍ଦାବସ୍ଥା ଆଡକୁ ମୁହାଁଉଛି ବିଶ୍ବ, ୧୯୩୦ ପରେ ସବୁଠୁ ସଙ୍କଟଜନକ ସ୍ଥିତି

ୱାଶିଂଟନ୍‌ :କୋଭିଡ୍-୧୯ ପରେ ସମଗ୍ର ବିଶ୍ବ ଏବେ ଏକ ବୃହତ୍‌ ମାନ୍ଦାବସ୍ଥା ଆଡକୁ ମୁହାଁଉଛି। ୧୯୩୦ ପରେ ପ୍ରଥମ ଥର ପାଇଁ ଏଭଳି ଏକ ବଡ ସଙ୍କଟଜନକ ସ୍ଥିତି ଦେଖାଦେଇଥିବା ଚେତାବନୀ ଦେଇଛନ୍ତି ବିଶ୍ବ ବ୍ୟାଙ୍କ ସଭାପତି ଡେଭିଡ୍‌ ମାଲପସ୍‌। କୋଭିଡ୍‌ ୧୯ ମହାମାରୀ ବିଶ୍ବର ଅନେକ ବିକାଶଶୀଳ ଏବଂ ଗରିବ ରାଷ୍ଟ୍ରଙ୍କ ପାଇଁ ବିନାଶକ ସାଜିଛି। ଏହାର ପ୍ରଭାବରେ ଅନେକ ରାଷ୍ଟ୍ରରେ ଋଣ ସଙ୍କଟ ଦେଖାଦେବ ବୋଲି ମାଲପସ୍‌ କହିଛନ୍ତି।
ଏଠାରେ ଅନ୍ତର୍ଜ​‌ାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏବଂ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକ ଅବସରରେ ଶ୍ରୀ ମାଲପସ୍‌ କହିଲେ, ୧୯୩୦ର ମହାମାନ୍ଦାବସ୍ଥା​‌ ପରେ ବର୍ତ୍ତମାନର ପରିସ୍ଥିତି ହେଉଛି ଆଉ ଏକ ବୃହତ୍‌ ମାନ୍ଦାବସ୍ଥା ା ଏଭଳି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକବର୍ଷରେ ଏକ ବଡ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆଣିବାକୁ ଯାଉଛି ା କରୋନା ଟିକା ସଂଗ୍ରହ କରିବା ନ ପାରିବା ଭଳି ରାଷ୍ଟ୍ରଙ୍କ ପାଇଁ ୧୨ ବିଲିୟନ୍‌ ଡଲାରର ଅର୍ଥ ମଞ୍ଜୁର କରିଛି ା ବର୍ତ୍ତମାନ ବିକଶିତ ରାଷ୍ଟ୍ରଗୁଡିକ ସେମାନଙ୍କର ଆର୍ଥିକ ବଜାରକୁ ସମର୍ଥନ କରିପାରିବେ ା ଏହାଛଡା ସେମାନଙ୍କ ବିଭିନ୍ନ କ୍ଷେତ୍ରର କର୍ମଚାରୀ କ​‌େ​‌ରାନା ମହାମାରୀ ସମୟ​‌େ​‌ର ଘରେ ରହି କାମ କରିପାରିବେ ା ତେବେ ଅଣ ସଂଗଠିତ କ୍ଷେତ୍ରରେ କାର୍ୟ୍ୟରତ କର୍ମଚାରୀମାନେ ନିଯୁକ୍ତି ହରାଇ ଏବେ ସାମାଜିକ ସୁରକ୍ଷା କାର୍ୟ୍ୟକ୍ରମ ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି ା​‌ ଚାକିରି ଏବଂ ରୋଜଗାର ହରାଇ ବିଶେଷ କରି ଗରିବ ତଥା ଅନୁନ୍ନତ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡିକ ଗଭୀର ମାନ୍ଦାବସ୍ଥା ଆଡକୁ ଚାଲିଯିବା ଭଳି ସମ୍ଭାବନା ଦେଖାଦେଇଛି ା​ ଏହି ଅବସର​‌େ​‌ର ଶ୍ରୀ ମାଲପସ୍‌ ନିଜର ରପ୍ତାନି ବଜାରକୁ ମୁକ୍ତ କରିଥିବା ରାଷ୍ଟ୍ରଗୁଡିକୁ ପ୍ରଶଂସା କରି କହିଛନ୍ତି ଯେ, ଏଭଳି ଆହ୍ବାନପୂର୍ଣ୍ଣ ସମୟରେ ଅଧିକ ଖାଦ୍ୟ ସାମଗ୍ରୀ ଉପଲବ୍‌ଧ କରାଇବାର ରିଆତି ବ୍ୟବସ୍ଥାରେ ପରିବର୍ତ୍ତନ କରିଥିବା ରାଷ୍ଟ୍ରଗୁଡିକୁ ଧନ୍ୟବାଦ ଦେବା ଦରକାର ା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories