www.samajalive.in
Sunday, December 14, 2025
26.1 C
Bhubaneswar

ଜିଲା ଲୋକ କଳାକାର ସଂଘର ସାଧାରଣ ଅଧିବେଶନ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲା ପାରମ୍ପାରିକ କଳାକାର ସଂଘର ଏକ ସାଧାରଣ ଅଧିବେଶନ କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ପ୍ରଶାନ୍ତି ସାସ୍କୃତିକ ସମ୍ବଳ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ବ୍ଳକର ଲୋକ କଳାକାର ସଂଘର ଉପ ସଭାପତି ଏହି ଆଲେଚାନାରେ ଭାଗନେଇଥିଲେ। କଳା ସଙ୍ଗଠକ ନେତ୍ର ମାନସେଠ୍ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବଲିଉଡ କଳାକାର ଯଦୁନନ୍ଦନ, ଜନବିକାଶ କର୍ମୀ ନରେଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେଯୋଗ ଦେଇଥିଲେ। ଆବାହକ ସଦାନନ୍ଦ ପରସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଧାରଣ ଅଧିବେଶନରେ ଜିଲ୍ଲାରେ ଗଠନ କରାଯାଇଥିବା ଲୋକକଳା ସଂଘ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।
ବର୍ତ୍ତମାନ ପରିସ୍ଥିତିରେ କାମଧନ୍ଦା ଅଭାବରୁ ଲୋକ କଳାକାରମାନେ କିଭଳି ଭାବେ ଦୁର୍ଦିନରେ ଜୀବନ ବିତାଉଛନ୍ତି ସେ ଉପରେ ଅନେକ ଅତିଥି ମତ ପ୍ରକାଶ କରିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା।
ସାଧାରଣ ପରିଷଦର ନିଷ୍ପତ୍ତି ଅନୁଯାୟୀ ଆଜି ବିିଭିନ୍ନ ଦାବିନେଇ ବିଭିନ୍ନ ଲୋକ କଳାକାର ଓ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଜିଲାର ଉପସଭାତି ଓ ପ୍ରତ୍ୟେକ ବ୍ଳକର ଲୋକ କଳାକାର ସଂସ୍କୃତି ସଂଘର ଉପସଭାପତି ମନୋନୟନ, ଲୋକ କଳାକାର ମାନଙ୍କୁ ସରକାରୀ ପେନସନ୍ ପ୍ରଦାନ ସହିତ ବର୍ତ୍ତମାନ ପରିସ୍ଥିତିରେ ରୋଜଗାର ପାଇଁ କାମଧନ୍ଦା ଯୋଗାଇ ଦେବାକୁ ଦାବି କରାଯାଇଛି। ଜିଳା ପାରମ୍ପାରିକ ଲୋକ କଳାକାର ସଂଘର ଜିଲା ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏଥିରେ ବ୍ଳକ ସ୍ତରୀୟ ଉପସଭାପତି ସଂପାଦକ ଓ ଅନ୍ୟ କଳାକାର ମାନେ ସାମିଲ୍ ହୋଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories