www.samajalive.in
Monday, December 8, 2025
13.1 C
Bhubaneswar

ମନରେଗା ଯୋଜନାରେ ସ୍ଵଚ୍ଛତା ନେଇ ସନ୍ଦେହ ; ଫଳକ ଲେଖା ହୋଇନାହିଁ, ରାସ୍ତା କାମ ଅଧାପନ୍ତରିଆ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ୨୦୨୦-୨୧ ଆର୍ଥିକ ବର୍ଷରେ କେବଳ ମନରେଗା ଯୋଜନାରେ ବ୍ଲକ ଓ ଅନ୍ୟ ଲାଇନ ଡିପାର୍ଟମେଣ୍ଟ ଜରିଆରେ ୪୭ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯିବାକୁ ଥିବା ବେଳେ ଅଦ୍ୟାବଧି ୧୪ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ସରିଲାଣି । ତେବେ ଯୋଜନାରେ କେତେ ସ୍ଵଚ୍ଛତାର ସହ କାର୍ଯ୍ୟ ହେଉଛି ତାହା ଅନୁଧ୍ୟାନ ସାପେକ୍ଷ ହୋଇପଡ଼ିଛି । ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ୪୯ ନଂ ଜାତୀୟ ରାଜପଥ ନିକଟରୁ ବାଘିଆଟାଙ୍ଗର ଯାଏଁ ଏହି ଯୋଜନାରେ ରାସ୍ତାର ଉନ୍ନତିକରଣ କରାଯାଉଛି । କାମ ଆରମ୍ଭ ପୂର୍ବରୁ ଫଳକ ନିର୍ମାଣ ହୋଇଛି ସତ ଏଠାରେ ସୂଚନା ଫଳକରେ କିଛି ଲେଖା ହୋଇ ନଥିବାରୁ କାମଟି କେତେ ଟଙ୍କା ବ୍ୟୟରେ ହେଉଛି ଓ କେଉଁ ପ୍ରକାର କାମ ହେଉଛି ତାହା ସାଧାରଣ ଲୋକେ ଜାଣି ପାରୁନାହାନ୍ତି । ରାସ୍ତାର ଅଳ୍ପ କିଛି ଅଂଶରେ କେବଳ ମାଟି ମୋରମ ଟ୍ରାକ୍ଟରରେ ନିଆଯାଇ ବିଞ୍ଚି ଦିଆ ଯାଇଛି । ଯାହା ଫଳରେ ବାଇକ୍ ରେ ଓ ସାଇକେଲରେ ଏହି ରାସ୍ତାରେ ଯିବା ମଧ୍ୟ ବିପଦପୂର୍ଣ୍ଣ ମନେ ହେଉଛି । ଏହି କାମରେ ସ୍ଵଚ୍ଛତା ଅଛିକି ନାହିଁ ତାହାର ତଦନ୍ତ ପାଇ କିଛି ଲୋକେ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ଏକାଧିକ ସ୍ଥାନରେ ଉନ୍ନୟନ କାମ ଚାଲିଥିବା ବେଳେ କାମ ଆରମ୍ଭ ସମୟରେ ସୂଚନା ଫଳକ ରହୁନଥିବା ଓ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖାଯିବା ପଛରେ କିପ୍ରକାର ଉଦ୍ଦେଶ୍ୟ ରହିଛି ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories