www.samajalive.in
Wednesday, December 10, 2025
26.1 C
Bhubaneswar

ଅତି କମ୍‌ରେ ଏକସପ୍ତାହ ଖେଳିପାରିବେ ନାହିଁ ପନ୍ତ

ଆବୁଧାବି : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ୱିକେଟରକ୍ଷକ ଋଷଭ ପନ୍ତ ଅତିକମ୍‌ରେ ଏକସପ୍ତାହ କୌଣସି ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏହି ଦଳର ଅଧିନାୟକ ଶ୍ରେୟସ ଆୟାର୍‌।
ଗତ ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଖେଳୁଥିବା ବେଳେ ପନ୍ତଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଥିଲା। ତେଣୁ ସେ ରବିବାର ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିନଥିଲେ। ପନ୍ତଙ୍କ ସ୍ଥାନରେ ଆଲେକ୍ସ କ୍ୟାରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ତରଫରୁ ୱିକେଟରକ୍ଷଣ କରିଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ପରାଜିତ ହୋଇଥିଲା। ମ୍ୟାଚ୍‌ ଶେଷ ପରେ ନିଜ ପ୍ରତିକ୍ରିୟାରେ ଶ୍ରେୟସ କହିଥିଲେ ପନ୍ତ କେବେ ଦଳକୁ ଫେରିବେ ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ସେ କିଛି କହିପାରିବେ ନାହିଁ; ତେବେ ଏକସପ୍ତାହ ବିଶ୍ରାମ ନେବାକୁ ପନ୍ତଙ୍କୁ ଡାକ୍ତର ପରାମର୍ଶ ଦେଇଥିବାରୁ ଏକସପ୍ତାହ ପରେ ସେ ଦଳ ସହ ଯୋଗ ଦେବାର ଆଶା ରହିଛି।
ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି ୧୬୨ ରନ୍ ସଂଗ୍ରହ କରିଥିଲା। ଏହାକୁ ମୁମ୍ବଇ ଦଳ ଦୁଇଟି ବଲ୍‌ ବାକି ଥାଇ ହାସଲ କରି ନେଇଥିଲା। ଦିଲ୍ଲୀ ଦଳ ୧୦ରୁ ୧୫ ରନ୍ କମ୍‌ କରିଥିଲା ବୋଲି କହିଛନ୍ତି ଶ୍ରେୟାସ। ଯଦି ଦିଲ୍ଲୀ ୧୭୦ରୁ ୧୭୫ ରନ୍‌ ସଂଗ୍ରହ କରିପାରିଥାନ୍ତା ତେବେ ଦଳର ବିଜୟୀ ହେବା ଆଶା ଅଧିକ ରହିଥାନ୍ତା ବୋଲି ଶ୍ରେୟସ ମତ ଦେଇଛନ୍ତି। ଦଳର ବ୍ୟାଟସମ୍ୟାନ୍‌ ଷ୍ଟୋଇନିସ୍‌ ବେଶ୍ ଫର୍ମରେ ଥିବା ବେଳେ ସେ ରନ୍‌ଆଉଟ୍ ହେବା ଫଳରେ ଦିଲ୍ଲୀ ଅଧିକ ରନ୍ ସଂଗ୍ରହ କରିପାରିଲା ନାହିଁ ବୋଲି ଶ୍ରେୟସ କହିଛନ୍ତି। ଏହାବାଦ୍‌ ଦିଲ୍ଲୀ ଦଳର ଖେଳାଳିମାନେ ଫିଲଡିଂରେ ଅନେକ ତ୍ରୁଟି କରିଥିବା ସେ କହିଥିଲେ। କେତେକ କ୍ୟାଚ୍ ହାତଛଡ଼ା କରିବା ଓ ମିସ୍‌ ଫିଲଡ୍‌ ଯୋଗୁଁ ରନ୍‌ ପ୍ରଦାନ କରିବା ଦିଲ୍ଲୀ ପାଇଁ କାଳ ହେଲା ବୋଲି ସେ କହିଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ ପୂର୍ବରୁ ଦଳକୁ ନିଜ ଦୋଷ ତ୍ରୁଟି ସୁଧାରିବାକୁ ହେବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories