www.samajalive.in
Tuesday, December 9, 2025
16.1 C
Bhubaneswar

ଖୋଲାବଜାରରୁ ଋଣ ସଂଗ୍ରହ ନିମନ୍ତେ ୨୦ ରାଜ୍ୟକୁ ଅନୁମତି, ଓଡ଼ିଶା ପାଇଁ ୨୮୫୮ କୋଟି

ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ ୬୮,୮୨୫ କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ ୨୦ଟି ରାଜ୍ୟକୁ ଅନୁମତି ଦିଆଯାଇଛି। ଏହି ୨୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ରହିଛି। ରାଜ୍ୟକୁ ଖୋଲା ବଜାରରୁ ୨୮୫୮ କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ ଅନୁମତି ମିଳିଛି। ଜିଏସଟି କାର୍ଯ୍ୟକାରିତା ଯୋଗୁ ଦେଖାଦେଇଥିବା ପୁଞ୍ଜି ଅଭାବ ଦୂର କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଏଥି ମଧ୍ୟରୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ସକଳ ରାଜ୍ୟ ଘରୋଇ ଉତ୍ପାଦର ୦.୫୦ ପ୍ରତିଶତ ଅତିରିକ୍ତ ଋଣ ସଂଗ୍ରହ ନିମନ୍ତେ ଏହି ଅନୁମତି ପ୍ରଦାନ କରାଯାଇଛି।

ଚଳିତ ବର୍ଷ ଅଗଷ୍ଟରେ ଜିଏସଟି ପରିଷଦ ବୈଠକରେ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ୨୦ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପ୍ରଥମ ବିକଳ୍ପ ଚୟନ କରିଥିଲେ। ଆଠଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିକଳ୍ପ ଚୟନ କରିନାହାନ୍ତି।

- Advertisement -

ଏହି ବିକଳ୍ପ ଅନୁଯାୟୀ ଅର୍ଥ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶକୁ ୫୦୫୧ କୋଟି, ଅରୁଣାଚଳ ପ୍ରଦେଶକୁ ୧୪୩ କୋଟି, ଆସାମକୁ ୧୮୬୯ କୋଟି, ବିହାରକୁ ୩୨୩୧ କୋଟି, ଗୋଆକୁ ୪୪୬ କୋଟି, ଗୁଜରାଟକୁ ୮୭୦୪ କୋଟି, ହରିୟାଣାକୁ ୪୨୯୩ କୋଟି, ହିମାଚଳ ପ୍ରଦେଶକୁ ୮୭୭ କୋଟି, କର୍ଣ୍ଣାଟକକୁ ୯୦୧୮ କୋଟି, ମଧ୍ୟପ୍ରଦେଶକୁ ୪୭୪୬ କୋଟି, ମହାରାଷ୍ଟ୍ରକୁ ୧୫୩୯୪ କୋଟି, ମଣିପୁରକୁ ୧୫୧ କୋଟି, ମେଘାଳୟକୁ ୧୯୪ କୋଟି, ମିଜୋରାମକୁ ୧୩୨ କୋଟି, ନାଗାଲାଣ୍ଡକୁ ୧୫୭ କୋଟି, ସିକିମକୁ ୧୫୬ କୋଟି, ତ୍ରିପୁରାକୁ ୨୯୭ କୋଟି, ଉତ୍ତରପ୍ରଦେଶକୁ ୯୭୦୩ କୋଟି ଏବଂ ଉତ୍ତରାଖଣ୍ଡକୁ ୧୪୦୫ କୋଟି ଋଣ ସଂଗ୍ରହ ନିମନ୍ତେ ଅନୁମତି ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories