www.samajalive.in
Saturday, December 6, 2025
26.1 C
Bhubaneswar

ଅଦିନିଆ ବର୍ଷାରେ ୨ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ; କୃଷି ବିଭାଗର ରିପୋର୍ଟ

ରେଙ୍ଗାଲି : କିଛି ଦିନ ହେଲା ବର୍ଷା ଋତୁ ଭଳି ଆଶ୍ୱିନ ମାସରେ ଲଗାଣ ବର୍ଷା ହେବା ଫଳରେ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଧାନ ଫସଲ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁଁ ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖିନ ହୋଇଥିବାରୁ କୃଷକ ସଙ୍ଗଠନ ପକ୍ଷରୁ ଏହାର କ୍ଷତି ପୂରଣ ଦାବି ହେଉଛି।

ଇତି ମଧ୍ୟରେ କୃଷି ବିଭାଗ ପକ୍ଷରୁ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ବ୍ଳକ୍ କୃଷି ଅଧିକାରୀ ଶୁଭଶ୍ରୀ ଜେନା ଏବଂ ଅନ୍ୟ କ୍ଷେତ୍ର କର୍ମଚାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟିଛନ୍ତି। ଅଦିନିଆ ବର୍ଷାରେ ରେଙ୍ଗାଲି ବ୍ଳକ୍ ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୫୦ ହେକ୍ଟର ରୁ ୨ଶହ ହେକ୍ଟର ଧାନ ଫସଲ ମାଟିରେ ଲୋଟି ପାଣିରେ ଭିଜୁଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ବୋଲି କୃଷି ଅଧିକାରୀ ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି। ଏସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ବୋଲି ସେ କହିଛନ୍ତି। ଅପରପକ୍ଷ ରେ ରାଜସ୍ୱ ଏବଂ କୃଷି ବିଭାଗ ପକ୍ଷରୁ ମଧ୍ୟ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ଯୁଗ୍ମ ଆକଳନ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ରେଙ୍ଗାଲି ତହସିଲଦାର ସୁନିଲ ମେହେର ସୂଚନା ଦେଇଛନ୍ତି। ସୂଚିତ ଯେ ଆଶ୍ୱିନ ମାସରେ ବର୍ଷା ଋତୁ ଭଲି ଲଗାଣ ବର୍ଷା ହେବା ଫଳରେ କତରବଗା, ଝାଙ୍କରପାଲି, ଲଇଡା, କିନାଲୋଇ, ରେଙ୍ଗଲୋଇ, ଟାମ୍ପରକେଲା, ତବଡାବାହାଲ ଆଦି ବ୍ଳକ୍ ର ଅଧିକାଂଶ ପଞ୍ଚାୟତ ଅଞ୍ଚଳରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories