www.samajalive.in
Thursday, December 11, 2025
15.1 C
Bhubaneswar

ଆଜି ସନ୍ଧ୍ୟାରେ ଆକାଶରେ ଦେଖିବାକୁ ମିଳିବ ଏକ ଅଦ୍ଭୁତ ଦୃଶ୍ୟ : ପଶ୍ଚିମରେ ସୂର୍ଯ୍ୟ ଅସ୍ତ ହେବା ପରେପରେ ପୂର୍ବରେ ଉଦୟ ହେବ ମଙ୍ଗଳ

ନୂଆଦିଲ୍ଲୀ : ଆଜି ମହାକାଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବ ଏବଂ ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ । କାରଣ ଆଜି ମଙ୍ଗଳ ଗ୍ରହ ପୃଥିବୀର ନିକଟତମ ହେବ  ଏବଂ ତାର ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁ ଥିବାର ଦେଖିବାକୁ ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ ପୁସ୍ତକର ଲେଖକ ଗୁରୁମିତ ବେଦୀ କହିଛନ୍ତି ଯେ, ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ଦିନ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ହେବ ଏବଂ ପୃଥିବୀ ସିଧା ମଙ୍ଗଳ ଏବଂ ସୂର୍ଯ୍ୟ ମଝିରେ ରହିବ।

ଏହା ସହିତ ପୃଥିବୀ ଏବଂ ସୂର୍ଯ୍ୟ ସହିତ ମଙ୍ଗଳ ଏକ ସିଧା ସରଳରେଖାରେ ଦେଖାଯିବ । ଗୁରୁମିତ ବେଦୀଙ୍କ ଅନୁଯାୟୀ, ଯେଉଁମାନେ ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଏବଂ ସୌର ପ୍ରଣାଳୀରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖି ପାରିବେ ନାହଁ  ସେମାନଙ୍କୁ ଆଉ ୧୫ ବର୍ଷ ଅପେକ୍ଷା କରିବାକୁ ପଡିବ । କାରଣ ଏହିପରି ଦୃଶ୍ୟ କେବଳ ପୁଣିଥରେ ୧୧ ସେପ୍ଟେମ୍ବର ୨୦୩୫ ରେ ଦେଖିବାକୁ ମିଳିବ । ମଙ୍ଗଳବାର ଦିନ ଆପଣ ନିଜ ଆଖିରେ ସୌର ପ୍ରଣାଳୀରେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ  ଦେଖିପାରିବେ । ଗୁରୁମିତ ବେଦୀ କହିଛନ୍ତି ଯେ ସବୁଠାରୁ ଚମତ୍କାର ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ହେବ ଯେ ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହେବ ସେତେବେଳେ ପୂର୍ବ ଦିଗରେ ମଙ୍ଗଳ ଉଦୟ ହେବ ।

- Advertisement -

ଗୁରୁମିତ ବେଦୀଙ୍କ ଅନୁଯାୟୀ ବିଜ୍ଞାନରେ ଏହି ଘଟଣାକୁ ମାର୍ସ ଆଟ ଅପୋଜିସନ କୁହାଯାଇଥାଏ । ଜ୍ୟୋତିର୍ବିଜ୍ଞାନ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ, ପୃଥିବୀ ଏବଂ ମଙ୍ଗଳ ଗ୍ରହର ତିନୋଟି ଗ୍ରହ ଏକ ସରଳ ରେଖାରେ ରହିବା ଏକ ପ୍ରକୃତ ସ୍ମରଣୀୟ ଦିନ । ଏକ ଅଦ୍ଭୁତ ଘଟଣା  ମଙ୍ଗଳ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ଗତି କରିବ ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories