www.samajalive.in
Monday, December 8, 2025
13.1 C
Bhubaneswar

​କେନ୍ଦ୍ର କର୍ମଚାରୀଙ୍କ ପାଇଁ ଘୋଷିତ ପ୍ୟାକେଜ୍‌ର ପ୍ରଭାବ

ନୂଆଦିଲ୍ଲୀ : ମାନ୍ଦା ପଡିଥିବା ଦେଶର ଅର୍ଥନୀତିକୁ ତ୍ବରିତ କରି ବଜାରରେ ଚାହିଦା ବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ରଖି କେନ୍ଦ୍ର କର୍ମଚାରୀଙ୍କ ପାଇଁ ସରକାର ଘୋଷଣା କରିଥିବା ପ୍ୟାକେଜ୍‌ର ତୁରନ୍ତ ପ୍ରଭାବ ବଜାରରେ ଅନୁଭୂତ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ପ୍ୟାକେଜ୍‌ର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ସେଭଳି ଅନୁଭୂତ ହୋଇପାରିନାହିଁ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଆଜି ଘରୋଇ ପୁଞ୍ଜି ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସରେ କାରବାର ପ୍ରାରମ୍ଭରୁ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଶେଷ ବେଳକୁ ବଜାରରେ ସେହିଭଳି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ସୋମବାର ସେନ୍‌​ସେକ୍ସ କାରବାରରେ ସାମାନ୍ୟ ୮୪ ପଏଣ୍ଟର ବୃଦ୍ଧି ପରିଲକ୍ଷିତ ହୋଇଛି।
ସେହିଭଳି ଏହି ପ୍ୟାକେଜ୍‌କୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ସ୍ବାଗତ କରିଛି। ସଂଘ କହିଛି ଯେ, ଚଳିତଥର ଦୀପାବଳିିକୁ ଏହି ପ୍ୟାକେଜ୍‌ ହିନ୍ଦୁସ୍ତାନ ଦିପାବଳିରେ ପରିଣତ କରିବ। ପ୍ୟାକେଜ୍‌ ଦ୍ବାରା ଏଫ୍‌ଏମ୍‌ସିଜି, ରୋଷେଇ ଏବଂ ଇଲେକ୍‌ଟ୍ରୋନିକ୍ ଉପକରଣ, ଉପଭୋକ୍ତା ସାମଗ୍ରୀ, ମୋବାଇଲ ଏବଂ ଉପହାର ସାମଗ୍ରୀର କାରବାର ବଢ଼ାଇବ। ତେବେ ଲିଭ୍‌ ଟ୍ରାଭେଲ କନ୍‌ସେସନ୍‌ (ଏଲ୍‌ଟିସି) କ୍ଷେତ୍ରରେ ଘୋଷିତ ପ୍ୟାକେଜ୍‌ ଦେଶର ଟୁରିଜିମ୍‌ ଓ ଟ୍ରାଭେଲ୍ସ କ୍ଷେତ୍ରକୁ ନିରାଶ କରିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories