www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗର ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ବାଚସ୍ପତି,ପୂର୍ବତନ ମନ୍ତ୍ରୀ,ପୂର୍ବତନ ବିଧାୟକ, ବାଗ୍ମୀ, ସଂସ୍କୃତି ପ୍ରେମୀ ତଥା ମାହାଙ୍ଗାର ଜନପ୍ରିୟ ରାଜନେତା ଶରତ କରଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି।ଓଡ଼ିଶା ଆଜି ଜଣେ ପରୋପକାରୀ,ବିଚକ୍ଷଣ ରାଜନେତା ଙ୍କୁ ହରେଇଲା। ସ୍ବର୍ଗତଃ କରଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଅପୁରଣୀୟ କ୍ଷତି।  ମାହାଙ୍ଗା ନିର୍ବାଚନମଣ୍ଡଳୀର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସେକ୍ ମତଲୁବ ଅଲ୍ଲୀଙ୍କର ନିକଟରେ ବିୟୋଗ ଘଟିବା ପରେ ସେହି ମାଟି ପୁଣି ଆଜି ଜଣେ ସୁଯୋଗ୍ୟ ସନ୍ତାନ ଶରତ କୁମାର କରଙ୍କୁ ହରେଇଛି।ମୋର ସ୍ବର୍ଗତଃ କରଙ୍କ  ସହ ଦୀର୍ଘଦିନରୁ ଘନିଷ୍ଠ ସମ୍ପର୍କ ଥିଲା।ଯାହାକି  ମୋତେ ଅତି ମର୍ମାହିତ କରିଛି ବୋଲି ଶ୍ରୀ ପଟ୍ଟନାୟକ ଦୁଖପ୍ରକାଶ କରି କହିଛନ୍ତି। ସ୍ବର୍ଗତଃ କର ମନ୍ତ୍ରୀ ଓ ବାଚସ୍ପତି ଥିବାବେଳେ ଅନେକ ଗୁଡିଏ ଜନହିତକର କାର୍ଯ୍ୟ କରିଯାଇଛନ୍ତି ଯାହାକି ସବୁଦିନ ପାଇଁ ଲୋକେ ମନେରଖିବେ।ସ୍ବର୍ଗତଃ ଶରତ ବାବୁଙ୍କ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେତିକି ପାରଦର୍ଶିତା ଥିଲା,ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ସେତିକି ଖ୍ୟାତି ଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ବର୍ଗତଃ କରଙ୍କ ଅମର ଆତ୍ମାର ସଦଗତି କାମନା କରି ଏହି ଦୁଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ସାହାସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଛନ୍ତି

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories