www.samajalive.in
Friday, December 12, 2025
17.1 C
Bhubaneswar

ଗୁରୁ ସୁରେନ୍ଦ୍ରନାଥ ଜୟନ୍ତୀ ସମାରୋହରେ ୫ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ଭଦ୍ରକ: ଓଡିଶୀ ନୃତ୍ୟଗୁରୁ ତଥା କେନ୍ଦ୍ର ସଙ୍ଗୀତ ନାଟକ ଆକାଦେମୀ ପୁରସ୍କାରପ୍ରାପ୍ତ ଗୁରୁ ସୁରେନ୍ଦ୍ରନାଥ ଜେନାଙ୍କ ଜୟନ୍ତୀ ଓ ମେଧା ସମ୍ମାନ ଉତ୍ସବ ଭଦ୍ରକ ଜିଲା ସାବରଙ୍ଗ ଇଛୁପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଗୁରୁ ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ୫ଜଣ ମେଧାବୀ ଛାତ୍ରୀଙ୍କୁ ଗୁରୁ ସୁରେନ୍ଦ୍ରନାଥ ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଟ୍ରଷ୍ଟି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ସୁକାନ୍ତି ନାୟକ, ସମିତି ସଭ୍ୟା ରଶ୍ମିତା ମଲ୍ଲିକ, ସାବରଙ୍ଗ ସରପଞ୍ଚ ରଞ୍ଜିତା ନାୟକ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଦଲକିଶୋର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗୁରୁ ସୁରେନ୍ଦ୍ରନାଥ ଏକ ନିପଟ ମଫସଲ ଗାଁକୁ ଯାଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିବା ସହ ଭଦ୍ରକ ଜିଲାର ଶ୍ରୀବୃଦ୍ଧି କରିପାରିଥିଲେ। ତାଙ୍କର ନିଷ୍ଠା, କଳାପ୍ରତି ଏକାଗ୍ରତା ହିଁ ତାଙ୍କୁ ସଫଳତା ଦେଇଥିଲା। ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ମେଧା ସମ୍ମାନ ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାରେ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନରେଶ ପୁହାଣ, ରଣଜିତ ନାୟକ ଓ ଆଲୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସାବରଙ୍ଗ ବାଳିକ ଉଚ୍ଚ ବିଦ୍ୟାଳୟର ଐଶ୍ୱର୍ଯ୍ୟା ଦାଶ, ସାବରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଅଙ୍କିତା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସପ୍ତମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା କ୍ଷୀରସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଝାନ୍‍ସୀ ସ୍ୱାଇଁ, ନାରାୟଣ ଦାସ ମଧ୍ୟଇଂରାଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିୟଙ୍କା ତ୍ରିପାଠୀ ଓ ଆଟୁ ୟୁଜିଏମଇ ସ୍କୁଲର ଗୀତାଞ୍ଜଳି ପୁହାଣଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟି ରମାଜେନା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଦସ୍ୟା ପ୍ରମିଳା ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ବସନ୍ତ ଜେନା, ଶଙ୍କର୍ଷଣ ଗିରି, କ୍ଷୀରୋଦ ଜେନା ଓ ତପନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories