www.samajalive.in
Friday, December 12, 2025
17.1 C
Bhubaneswar

ଅନଲାଇନରେ ବ୍ୟକ୍ତି ୫ ଲକ୍ଷ ଦେଇ ମଗାଇଥିଲେ ବିଲେଇ ; ବାହାରିଲା ବାଘଛୁଆ

ପ୍ୟାରିସ : ଫ୍ରାନ୍ସରେ ଅନଲାଇନ ସପିଙ୍ଗର ଏକ ଅଜବଗଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ବିଲେଇକୁ ଖୁବ ପସନ୍ଦ କରୁଥିବାରୁ ସେ ଘରେ ବିଲେଇ ପୋଷିବାକୁ ଚାହୁଁଥିଲେ। ଏହି କାରଣରୁ ସେ ଅନଲାଇନରେ ଏକ ବିଲେଇ ମଗେଇବାକୁ ଇଚ୍ଛା କରିଥିଲେ। ଅନଲାଇନରେ ବହୁ ବିଲେଇ ଦେଖିବା ପରେ ସେ ଗୋଟିଏ ବିଲେଇକୁ ପସନ୍ଦ କରି ଅର୍ଡ଼ର ଦେଇଥିଲେ। ବିଲେଇର ମୂଲ୍ୟ ୬ ହଜାର ୟୁରୋ ଅର୍ଥାତ ୫ଲକ୍ଷ ଟଙ୍କା ମଧ୍ୟ ପୈଠ କରିଥିଲେ। ତାଙ୍କ ଘରେ ପାର୍ସଲ ଆସି ପହଞ୍ଚିବା ପରେ ସେଥିରୁ ବିଲେଇ ବଦଳରେ ବାହାରି ଥିଲା ବାଘ ଛୁଆ।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ବିଲେଇକୁ ନେଇ ଏକ ବିଜ୍ଞାପନ ଦେଖିବା ପରେ ତାହାକୁ କିଣିବାକୁ ସ୍ଥିର କରି ଅନଲାଇନରେ ଅର୍ଡର କରିଥିଲେ। ପାର୍ସଲ ଆସି ପହଞ୍ଚିବା ପରେ ସେଥିରୁ ବିଲେଇ ବଦଳରେ ସେଥିରୁ ଏକ ୩ ମାସର ବାଘ ଛୁଆ ବାହାରି ଥିଲା।
ସୂଚନା ଅନୁଯାୟୀ, ଏହି ଘଟଣା ୨୦୧୮ର। ଉକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ପ୍ରଥମେ ଏକ ସପ୍ତାହ ଯାଏଁ ଉଭୟଙ୍କୁ ଜଣାପଡ଼ିନଥିଲା ଯେ ତାହା ଏକ ବିଲେଇ ନୁହେଁ ଗୋଟିଏ ବାଘ ବୋଲି। କିଛି ଦିନ ପରେ ତା’ର ଶରୀରର ଗଠନ ଓ ଆକୃତିରୁ ତାହା ଏକ ବାଘ ଛୁଆ ବୋଲି ଜଣାପଡ଼ିଥିଲା। ଏହାପରେ ସେ ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ। ୨ ବର୍ଷ ସଠିକ ଯାଞ୍ଚ ପରେ ଏବେ ତାହାର ନିଷ୍ପତ୍ତି ଆସିଥିଲା। ଅନଲାଇନରେ ଆସିଥିବା ଜୀବ ବିଲେଇ ନୁହେଁ, ବାସ୍ତବରେ ଇଣ୍ଡୋନେସିଆରର ଏକ ସୁମାତ୍ରା ବାଘ। ମାତ୍ର ବାଘଟି ଫ୍ରାନ୍ସକୁ କିଭଳି ଆସିଲା ଏଯାବତ ତାହାର ସ୍ପଷ୍ଟତା ମିଳିପାରି ନାହିଁ।
ବାଘ ଏକ ସଂରକ୍ଷିତ ପ୍ରଜାତି। ଯାହାର ସଠିକ ଅନୁମତି ବିନା କେହି ମଧ୍ୟ ପୋଷା ଭାବେ ରଖିପାରିବେ ନାହିଁ। କାଗଜପତ୍ର ମଧ୍ୟ ସଠିକ ଆଇନ ଅନୁଯାୟୀ ହେବା ଆବଶ୍ୟକ।

 

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories