www.samajalive.in
Wednesday, December 10, 2025
26.1 C
Bhubaneswar

ମୋଠାରେ କରୋନା ପ୍ରତିରୋଧକ ସୃଷ୍ଟି ହୋଇଛି : ଟ୍ରମ୍ପ

ୱାଶିଂଟନ : ନିର୍ବାଚନ ପ୍ରଚାର ଅଭିଯାନକୁ ବାହାରି ବଡ଼ ବଡ଼ ରାଲିରେ ଯୋଗ ଦେବା ଲାଗି ପ୍ରସ୍ତୁତ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରବିବାର କହିଛନ୍ତି ଯେ ତାଙ୍କ ଠାରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ‘ଫକ୍ସ୍‌ ନିଉଜ୍’ ସହ ସାକ୍ଷାତ୍‌କାରରେ କହିଛନ୍ତି ଯେ, ତାଙ୍କ ଦେହରେ ଆଉ କୋଭିଡ୍-୧୯ ଭୂତାଣୁ ନାହିଁ ଏବଂ ତାଙ୍କ ଠାରୁ ଭୂତାଣୁ ସଂକ୍ରମଣର ଆଶଙ୍କା ନାହିଁ। ଟ୍ରମ୍ପ୍‌ କହିଛନ୍ତି ଅନ୍ୟମାନଙ୍କ ପ୍ରତି ବିପଦର କାରଣ ନ ହୋଇ ସେ ନିର୍ବାଚନ ପ୍ରଚାର ଅଭିଯାନକୁ ଫେରି ପାରିବେ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଶନିବାର ତାଙ୍କ ଡାକ୍ତର କହି‌ଥିଲେ, ରାଷ୍ଟ୍ରପତିଙ୍କ ଠାରୁ ଆଉ ସଂକ୍ରମଣର ଆଶଙ୍କା ନାହିଁ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ହୋଇଥିଲା କି ନାହିଁ, ତାହା ଡାକ୍ତର ଜଣାଇ ନ ଥିଲେ। ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି‌ ଯେ, ମୁଁ ସର୍ବୋଚ୍ଚ ପରୀକ୍ଷା, ସର୍ବୋଚ୍ଚ ଶ୍ରେଣୀ ଅତିକ୍ରମ କରିଛି। ମୁଁ ଖୁବ୍ ଭଲ ଅଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories