www.samajalive.in
Saturday, December 6, 2025
19.1 C
Bhubaneswar

ଜଙ୍ଗଲ ମାଫିଆଙ୍କ କବଜାରେ ତୁମୁଡ଼ିବନ୍ଧ ଜଙ୍ଗଲ ବିଭାଗ !

ଫୁଲବାଣୀ/ତୁମୁଡ଼ିବନ୍ଧ: ସବୁଜ ବନାନୀ ଘେରା କନ୍ଧମାଳ ଜିଲ୍ଲାର ଏକ ସ୍ୱତନ୍ତ୍ରତା ସମଗ୍ର ରାଜ୍ୟରେ ରହିଛି। ଏକ ଭୈାଗଳିକ ସର୍ଭେକ୍ଷଣରୁ ଜଣାପଡେ କନ୍ଧମାଳ ଜିଲ୍ଲାର ୮୩ ପ୍ରତିଶତ ଅଞ୍ଚଳ ଜଙ୍ଗଲ ଓ ପରିବେଶ ବିଭାଗର ରହିଥିବା ବେଳେ ଜନବସତି ଏବଂ ଜଳଭାଗ ମିଶି ୧୭ ପ୍ରତିଶତ ରହିଛି। କିନ୍ତୁ ଜନସଂଖ୍ୟା ବୃଦ୍ଧି ଏବଂ ବନବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ବନାଞ୍ଚଳ କ୍ରମଶଃ କମିବାରେ ଲାଗିଛି। ଦିନେ ପର୍ଯ୍ୟଟନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓ ବେଲଘରକୁ ଆସୁଥିବା ଶତାଧିକ ପର୍ଯ୍ୟଟକ ଜିଲ୍ଲାର ସବୁଜବନାନୀ ଦେଖି ବିମୋହିତ ହେଉଥିଲେ। କିନ୍ତୁ ବର୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ ପରି ମନେହୁଏ। ଏବେ ପର୍ଯ୍ୟଟକମାନେ ଜିଲ୍ଲାକୁ ଆସିଲେ ଦେଖନ୍ତି ଖାଲି ଲଣ୍ଡା ପାହାଡ। ବନବିଭାଗ କିନ୍ତୁ ଏସବୁ ଜାଣିଶୁଣି ଚୁପ୍‍ ଥିବାଭଳି ମନେହୁଏ। ବିଶେଷ କରି ବନ ବିଭାଗର କିଛି କଥାକୁହା କର୍ମଚାରୀମାନେ ଜଙ୍ଗଲ ମାଫିଆଙ୍କ କବ୍‍ଜାରେ ଥିବା ଯୋଗୁଁ ଦିନକୁ ଦିନ ଘଞ୍ଚ ଜଙ୍ଗଲ ଏବେ ଲଣ୍ଡା ପାହାଡ଼ ଆଡ଼କୁ ଗତି କରିଛି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ବହୁ ପରିବେଶବିତ୍‍ ମାନେ ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଆଇନରେ କଡ଼ା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରି କରାଯାଉନଥିବ ଯୋଗ୍ୟୁ ଦିନକୁ ଦିନ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାର ମଧ୍ୟ ବିଭିନ୍ନ ମହଲରେ ଭଅିଯୋଗ ହୋଇଛି। ଆଗଭଳି ଆଉ ଭୟ କରନ୍ତିନି ଜଙ୍ଗଲ କାଟିବାକୁ ଏବଂ ବନବିଭାଗ ଅଧିକାରୀଙ୍କୁ। କେଉଁଠି କେଉଁଠି ବନବିଭାଗ ଅଧିକାରୀଗଣ ଏହିସବୁ ପରିସ୍ଥିତିର ଫାଇଦା ଉଠାଇ ମାଲେମାଲ ହୁଅନ୍ତି। ଜଙ୍ଗଲ ସଂରକ୍ଷଣ ତଥା ନୁତନ ଜଙ୍ଗଲ ସୃଷ୍ଟି ନିମନ୍ତେ ସରକାର କୋଟିକୋଟି ଅର୍ଥ ବ୍ୟୟ କରୁଥିବାବେଳେ ସେହି ଅନୁପାତରେ ଜଙ୍ଗଲ ସଂଗ୍ରକ୍ଷଣ ତଥା ନୁତନ ଜଙ୍ଗଲ ସୃଷ୍ଟି ହେଉନଥିବା ଅଭିଯୋଗ ହେଉଛି। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବନାଞ୍ଚଳରେ। ୫୯ ଜାତୀୟ ରାଜପଥର ଏକ ପ୍ରମୁଖ ଛକ ତୁମୁଡ଼ିବନ୍ଧସ୍ଥିତ ମେଡିକାଲ ଛକ। ତେବେ ଏହି ଛକଠାରୁ ମାତ୍ର କିଛି ଦୁରରେ ଥିବା ସଂରକ୍ଷିତ ଜଙ୍ଗଲକୁ ଦିବାଆଲୋକରେ ଅବାଧରେ କିଛି ଲୋକ କାଟୁଥିବା ସ୍ଥାନୀୟ ବନବିଭାଗରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ବନାଞ୍ଚଳ ଦାୟିତ୍ୱରେ ଥିବା ବନପାଳ ଓ ବନରକ୍ଷୀ ଆଖପାଖ ଗ୍ରାମର କିଛି ଲୋକଙ୍କୁ ଡାକି ପଚରାଉଚାରା କରି ଛାଡିଦେଇଥିଲେ। ଆଜିକୁ ପ୍ରାୟ ୧୫ଦିନ ବିତିଜାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆନଜିବା ସାଧରଣରେ ଅନେକ ପ୍ରଶ୍ନ ଉଙ୍କିମାରିବା ସହ ଜଙ୍ଗଲ କାଟିବାପାଇଁ ଏକପ୍ରକାର ଉତ୍ସାହ ମିଳୁଛି ଆଲୋଚନା ହେଉଛି। ତେବେ ଏଭଳି ଆଲୋଚନାକୁ ଏଡାଇବାପାଇଁ ଗଛ କଟାଯାଇଥରବା ଅଚଂଳକୁ ତାରବାଡ ଦେଇ କବଜା କରି ହାତବାନ୍ଧି ବସିଛି ସ୍ଥାନୀୟ ବନବିଭାଗ। ତେବେ ଏହି ଘଟଣାରେ ଉପରିସ୍ଥ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାପାଇଁ ଅଞ୍ଚଳର ପରିବେଷ ବିତ ଗଣ ଦାବିକରିଛନ୍ତି। ପୁର୍ବତନ ଜିଲ୍ଲାପରିଷଦ ତଥା ୱାଇଲ୍ଡ ଲାଇଫ ୱାଡେନ୍‍ ନେତ୍ର ମାନସେଠ୍‍ ଓ ଅନ୍ୟମାନେ ବିଭାଗର ଏଭଳି ଉଦାସିନତାକୁ ତୀବ୍ର ସମାଲୋଚନା କରିବାସହ ଏଭଳି ଘଟଣାକୁ ଗଭୀର ବିରୋଧ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories