ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗୃହିତ
ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ବୁଧବାର ଆରମ୍ଭ ହୋଇଛି। ମୋଦୀ ସରକାରଙ୍କ ଦ୍ୱାରା ଆଗତ ଏକାଧିକ ବିଲର ଲମ୍ବା ତାଲିକା ଏହି ଅଧିବେଶନରେ ଗୃହିତ ହେବ ଏଭଳି ଆଶା ରଖିଛି କେନ୍ଦ୍ର ସରକାର। ତେବେ ବିପକ୍ଷର ହୋ-ହାଲ୍ଲା ଅଧିବେଶନକୁ କେତେ ଦୂର ସଫଳ କରିବ ଏହାକୁ ନେଇ ସନ୍ଦେହ ରହିଛି। ୧୦ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିବାକୁ ଥିବା ମୌସୁମୀ ଅଧିବେଶନ ଶେଷ ହେବା ପୂର୍ବରୁ ତିନି ତାଲାକ, ଆର୍ଥିକ ଅପରାଧରେ ଫେରାର, ଷ୍ଟେଟ ବ୍ୟାଙ୍କ ପରି ଏକାଧିକ ବିଲକୁ ପାସ କରିବା କେନ୍ଦ୍ର ସରକାର ପାଇଁ ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇଛି।
ତେଣୁ ମୌସୁମୀ ଅଧିବେଶନରେ ବିରୋଧୀଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମୋଦୀ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି। ଆଗାମୀ ୧୦ଦିନ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ନେଇ ଦିନ ଓ ସମୟ ସ୍ଥିର କରାଯିବ।