www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ବିସ୍ ବ୍ୟାଙ୍କରେ କଳା ଟଙ୍କା: ଦ୍ବିତୀୟ ପର୍ଯ୍ୟାୟରେ ଭାରତକୁ ମିଳିଲା ବିଦେଶୀ ବ୍ୟାଙ୍କରେ ଜମା ସୂଚନା

ନୂଆଦିଲ୍ଲୀ:   ଭାରତ ସ୍ୱିସ୍ ବ୍ୟାଙ୍କ ଜମା କଳାଧନ ସମ୍ପର୍କରେ ଭାରତକୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ତାଲିକା । ଏଥିରେ ୩୧ ଲକ୍ଷ ଆକାଉଣ୍ଟର ସୂଚନା ରହିଛି । ସ୍ୱିଜରଲ୍ୟାଣ୍ଡ ସହିତ ସ୍ୱୟଂଚାଳିତ ବିନିମୟ ସୂଚନା  ଚୁକ୍ତି ଅନୁସାରେ ଏହି ତଥ୍ୟ ଭାରତକୁ ମିଳିଛି।  କେନ୍ଦ୍ର ସରକାରଙ୍କ କଳା ଟଙ୍କା ବିରୋଧରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
ସ୍ୱିଜରଲ୍ୟାଣ୍ଡର ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (FTA) ଭାରତ ସହ ୮୬ ଦେଶ ସହ ଏ ସମ୍ପର୍କରେ ବୁଝାମଣା କରିଛି। ଏହି ଆଧାରରେ ଭାରତକୁ ଏହି ସୂଚନା ମିଳିଛି ।  ସ୍ୱିସ୍ ଆକାଉଣ୍ଟ୍ ସମ୍ବନ୍ଧୀୟ ସୂଚନା ପ୍ରଥମେ ସେପ୍ଟେମ୍ବର୨୦୧୯ ରେ ଭାରତକୁ ମିଳିଥିଲା । ଏଫଟିଏ ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ସହ ୮୦ ଦେଶ ସହିତ ୩୧ ଲକ୍ଷ ଜମାଖାତାର ସୂଚନା ଦିଆଯାଇଛି । ତେବେ ନିର୍ଦିଷ୍ଟ ଭାବରେ ଭାରତ ନିମନ୍ତେ କୌଣସି ଜମାକାରୀଙ୍କ ସୂଚନା ଦିଆଯାଇ ନାହିଁ। ୩୧ ଲକ୍ଷ ଆକାଉଣ୍ଟ ମଧ୍ୟରୁ ଭାରତ ସରକାରଙ୍କୁ ଦେଶର ଜମାକାରୀମାନଙ୍କ ତଥ୍ୟ ଖୋଜିବାକୁ ପଡ଼ିବ ।

ତେବେ ବହୁ ସଂଖ୍ୟକ ଭାରତୀୟ ସ୍ବିସ ବ୍ୟାଙ୍କରେ ଜମା ରଖିଥିବା ସୂଚନା ମିଳିଛି । ତେବେ ସେମାନଙ୍କ ସଂଖ୍ୟା କେତେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories