www.samajalive.in
Monday, December 8, 2025
13.1 C
Bhubaneswar

କରୋନାକୁ ପରାସ୍ତ କଲେ ୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ

ଭୁବନେଶ୍ବର: କୋଭିଡ ମହାମାରୀ ସହ ଲଢ଼ି ବିଜୟ ପାଇଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ। ସମ୍‌ କୋଭିଡ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା ପରେ ସୁସ୍ଥ ହୋଇଥିବାରୁ ବେଶ୍‌ ଖୁସି ପ୍ରକାଶ କରିଛନ୍ତି ଲୋକନାଥ ନାୟକ। ସମ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରର ଶ୍ରୀ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ତାଙ୍କୁ ଜ୍ୱର ଥିବା ବେଳେ ସେ ଖୁବ୍‌ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସେହିପରି ତାଙ୍କ ଶରୀରରେ ଜଟିଳ କିଡ୍‌ନୀ ରୋଗ, ଡାଏବେଟିସ୍‌ ଭଳି ସମସ୍ୟା ମଧ୍ୟ ରହିଥିଲା। ସମ୍‌ କୋଭିଡ୍‌ ଟିମ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତୁରନ୍ତ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଶ୍ରୀ ନାୟକଙ୍କୁ ଆଣ୍ଟିଭାଇରାଲ୍‌ ଚିକିତ୍ସା ପ୍ରଦାନ କରାଯିବା ସହିତ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା।

ଏହି ବୟୋଜ୍ୟେଷ୍ଠଙ୍କୁ ସୁସ୍ଥ କରିବା ପାଇଁ ସମ୍‌ କୋଭିଡ ଟିମ୍‌ ଅତି ନିଷ୍ଠା ଓ ଯତ୍ନର ସହିତ ତାଙ୍କର ଚିକିତ୍ସା କରିଥିଲେ। ସୁସ୍ଥ ହେବା ପରେ ଶ୍ରୀ ନାୟକ କହିଛନ୍ତି ମୋତେ ଯେଉଁ ଭଳି ଚିକିତ୍ସା କରାଗଲା ତାହା ମୋର ଆଶାତୀତ। ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ନିଷ୍ଠା ଓ ଯତ୍ନର ସହ ମୋର ଚିକିତ୍ସା କରିଛନ୍ତି। ମୁଁ ସେମାନଙ୍କ ଠାରେ କୃତଜ୍ଞ ବୋଲି ସେ କହିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories