www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନ୍‌ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ଟିକଟ୍‌

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର। ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ। ଚଳିତମାସ ୧୦ରୁ ରିଜର୍ଭେସନ୍‌ ଚାର୍ଟର ଏହି ନିୟମ ଲାଗୁ ହେବାକୁ ଯାଉଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ/ପୁନଃନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ରେଳପଥ ପକ୍ଷରୁ ଦ୍ୱିତୀୟ ରିଜର୍ଭେସନ୍‌ ଚାର୍ଟ ଜାରି କରାଯିବ। ଯାହା ଫଳରେ ତୁରନ୍ତ କୌଣସି ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଏହାର ଫାଇଦା ମିଳିପାରିବ। ସେହିପରି ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପ୍ରଥମ ରିଜର୍ଭେସନ୍‌ ଚାର୍ଟ ପ୍ରସ୍ତୁତ କରାଯିବ। ପୂର୍ବରୁ ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲି ପଡୁଥିଲା। କେତେକ ଯାତ୍ରୀ ସେମାନଙ୍କର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରୁଥିବାବେଳେ ଆଉ କିଛି ଯାତ୍ରୀ ଅନ୍ୟ କୌଣସି କାରଣରୁ ସେମାନଙ୍କ ଯାତ୍ରାକୁ ସ୍ଥଗିତ କରିଦେଉଥିଲେ। ଫଳରେ ଏହି ସବୁ ସିଟ୍‌ ଖାଲି ପଡ଼ୁଥିଲା। ତେଣୁ ଜରୁରୀ ଥିବା ଯାତ୍ରୀଙ୍କ ଯାତ୍ରା ନିମନ୍ତେ ଖାଲି ପଡ଼ିଥିବା ଏହି ସିଟ୍‌ ପୂରଣ କରିବା ପାଇଁ ଯାତ୍ରୀମାନଙ୍କୁ ରିଜର୍ଭେସନ୍‌ ମିଳିପାରିବ। ଏଥିପାଇଁ ରେଳପଥ ୨ଟି ରିଜର୍ଭେସନ୍‌ ଚାର୍ଟ ପ୍ରସ୍ତୁତ କରିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories