www.samajalive.in
Thursday, December 11, 2025
16.1 C
Bhubaneswar

ସରକାରୀ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ; ଗ୍ରାମବାସୀ ତହସିଲଦାର ଓ ବିଡ଼ିଓଙ୍କ ଦ୍ୱାରସ୍ଥ

ମୁରିବାହାଲ : ମୁରିବାହାଲ ବ୍ଳକ ହଳଦୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ  ପଟାମରା ଗ୍ରାମରେ ଥିବା ସରକାରୀ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯାଉଛି। ଏହାର ପ୍ରତିବାଦରେ ପଟାମରା ଗ୍ରାମବାସୀ ଗତ ସେପ୍ଟେମ୍ବର ୮ତାରିଖରେ ମୁରିବାହାଲ ତହସିଲଦାର ଓ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ମାସେ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପ୍ରତିବାଦରେ ମଙ୍ଗଳବାର ପୁଣି ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ହଳଦୀ ଆରଆଇ ସର୍କଲ ପଟାମରା ମୌଜାର ପାଖାପାଖି ଏକ ଶହ ଏକର ସରକାରୀ ଗୋଚର ଜମିରେ ଗ୍ରାମର କେତେକ ଲୋକ ସରକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରୁଥିବା ବେଳେ ଆଉ ବହୁ ଅଞ୍ଚଳକୁ ଚାଷ ଜମିରେ ବ୍ୟବହାର ସହ ଜବରଦଖଲ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର କେତେଜଣ ଗୋଚର ଜମିକୁ ଅକ୍ତିଆର କରି ତାଙ୍କର ନାମରେ  ସରକାରଙ୍କ ଯୋଜନାରୁ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରି ଆସୁଛନ୍ତି। କିଛି ଜାଗାକୁ ଲୋକମାନେ ଚାଷ ଓ ଜବରଦଖଲ କରି ରଖିଥିବାରୁ ଗୋରୁଗାଈ, ଚରିବା ବୁଲିବା ତଥା ବହୁ ଉନ୍ନୟନ ଯୋଜନାର କାର୍ଯ୍ୟ କରିବାରେ ଅସୁବିଧା ହେଉଛି। ଆବାସ ଯୋଜନାରେ ସାମିଲ ପାଇଁ ଥିବା ଗାଇଡ଼ଲାଇନ୍ ମୁତାବକ ହିତାଧିକାରୀଙ୍କ ନିଜସ୍ୱ ଜମିଥିବା ଜରୁରୀ ହୋଇଥିବା ବେଳେ ସରକାରୀ ଗୋଚର ଜମିରେ ସରକାରୀ ଆବାସ ଗୃହ ତିଆରି ପାଇଁ ବେଆଇନ ଅନୁମତି ଦେଉଥିବା ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ପ୍ରତି ଗ୍ରାମବାସୀ ଦୋଷାରୋପ କରିଛନ୍ତି।

ସେମାନେ ଏହି ବେଆଇନ ଆବାସ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ
କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାରୀ ଗୋଚର ଜମିକୁ ଚିହ୍ନଟ ଓ ବେଆଇନ ହଡ଼ପକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମବାସୀ ପ୍ରଶାସନର ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି।ଗ୍ରାମର ପୂର୍ବ ୱାର୍ଡ ସଭ୍ୟ ପ୍ରକାଶ ହଂସ, ଭରତ ହଂସ, ରାଜୀବ ମାଝୀ, ଚତୁର ଛତ୍ରୀଆ,ମୋତିଲାଲ ଛତ୍ରୀଆ,କୁଶ ଛତ୍ରୀଆ,ଜଗବନ୍ଧୁ ହଂସ, ଗୁଣ ହଂସ, ସାଏବ ମାଝୀ, ଅଲି ହଂସ,ପ୍ରଭା ଗହୀର, ତ୍ରିନାଥ ସେଲମା, ଦୁଷ୍ମନ୍ତ ହଂସଙ୍କ ସହ ଶତାଧିକ ଗ୍ରାମବାସୀ ଶୀଘ୍ର ପ୍ରକୃତ ଗୋଚର ଜମି ଚିହ୍ନଟ ଓ ଏଥିରେ ନିର୍ମିତ ଆବାସ ଗୃହର ଉଚ୍ଚସ୍ତରୀୟ ତଦନ୍ତ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଆଉଥରେ ଚେତାବନୀ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories