www.samajalive.in
Saturday, December 13, 2025
26.1 C
Bhubaneswar

ବେଗୁନିଆରେ ଜଳୁନି ଷ୍ଟ୍ରୀଟ ଲାଇଟ, ଅଭିଯୋଗ କରି କରି ଥକିଗଲେଣି ଲୋକେ

ବେଗୁନିଆ:ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପଂଚାୟତର ବାଧ୍ୟତାମୂଳକ କାର୍ୟ୍ୟ ହୋଇଥିବାବେଳେ ରାସ୍ତା ଆଲୋକୀକରଣର ନାଁ ଧରୁନି ବେଗୁନିଆ ଗ୍ରାମପଂଚାୟତ। ଲୋକମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବେଗୁନିଆ ବଜାର ତଥା ସାହି ଗୁଡିକରେ ବର୍ଷ ବର୍ଷ ଧରି ଷ୍ଟ୍ରୀଟ ଲାଇଟ ଜଳୁନାହିଁ । ପଂଚାୟତର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବେଗୁନିଆ ବଜାର ଦେଇ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଯାଇଥିବାବେଳେ ବଜାରରେ ମଧ୍ୟ ଷ୍ଟ୍ରୀଟ ଲାଇଟ ଜଳୁନାହିଁ । ଫଳରେ ରାତିସାରା ବଜାର ପୁରା ଘନ ଅନ୍ଧକାର କ୍ଷ ଲୋକମାନେ ଅନ୍ଧାରରେ ଯଦି କୌଣସି ଗାଡ଼ିରୁ ଓଲ୍ହାଇ ପଡୁଛନ୍ତି ତାହେଲେ ବାଟ ଘାଟ କିଛି ପାଉ ନଥିବାବେଳେ ଅନ୍ଧାରର ସୁଯୋଗ ନେଇ ଦୁର୍ବୁତ୍ତମାନଙ୍କର ଶିକାର ହେଉଛନ୍ତି। ଏପରିକି ଗାଡ଼ିରେ ଯାଉଥିବା ଯାତ୍ରୀମାନେ ବେଗୁନିଆର ଅବସ୍ଥିତି କେଉଁଠାରେ ତାହା ଜାଣି ପାରୁନାହାନ୍ତି କ୍ଷ ସେହିପରି ବେଗୁନିଆରେ ଥିବା ୭/୮ଟି ସାହି ମଧ୍ୟରୁ କୌଣସି ଜାଗାରେ ମଧ୍ୟ ଷ୍ଟ୍ରୀଟ ଲାଇଟ ଜଳୁନାହିଁ । ଷ୍ଟ୍ରୀଟ ଲାଇଟ ନଜଳିବାର ସୁଯୋଗ ନେଇ ଅସାମାଜିକ କାର୍ୟ୍ୟକଳାପ ଚୋରି, ରାହାଜାନି ବୃଦ୍ଧି ପାଉଛି । ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ନିଶାଡ଼ି ମାନେ ଅନ୍ଧାରରେ ବିଭିନ୍ନ ଜାଗାରେ ବସି ନିଶା ସେବନ କରୁଥିବାବେଳେ ଅନ୍ୟ କେତେକ ଯୁବକ ଅନ୍ଧାରରେ ନିଶା କରବାର କରିବା ପାଇଁ ସୁଯୋଗ ପାଉଛନ୍ତି । ବର୍ଷ ବର୍ଷ ଧରି ଗାଁ ଲୋକମାନେ ଏ ସଂକ୍ରାନ୍ତରେ ଅଭିଯୋଗ କଲେ ମଧ୍ୟ ପଂଚାୟତ କର୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories