www.samajalive.in
Saturday, December 13, 2025
15.1 C
Bhubaneswar

ସରକାରକା ମାଲ୍‍ ଦରିଆମେ ଡାଲ୍‍, ସନ୍ଧ୍ୟା ହୋଇଗଲେ ସରକାରୀ ଗୃହରେ ଜମୁଛି ଆସର

ଫୁଲବାଣୀ: କୌଣସି ବ୍ୟକ୍ତି ସରକାରୀ ଜମିରେ ବେଆଇନ ଭାବେ ଦଖଲ କଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ସହିତ ତାହାକୁ ବେଦଖଲ କରାଯାଉଥିବାର ବହୁ ନଜିର ରହିଛି। ତେବେ ଖୋଦ୍‍ ଫୁଲବାଣୀ ସହରରେ ଏଭଳି ଅନେକ ସରକାରୀ ଗୃହ ଅଛି ଯେଉଁଠି ସନ୍ଧ୍ୟା ହୋଇଗଲେ ଜମୁଛି ଅସାମାଜିକ ବ୍ୟକ୍ତିମାନଙ୍କ ଆଡାସ୍ଥଳ। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଆଯାଉନାହିଁ କୌଣସି ପ୍ରକାର ପଦକ୍ଷେପ। ଏପରିକି ଉକ୍ତ ସରକାରୀ ଗୃହର ମରାମତି କରାଯାଉନଥିବା ଯୋଗୁଁ ଦିନକୁ ଦିନ ତାହା ଭାଙ୍ଗିରୁଜି ଯାଉଥିବାର ଦେଖାଯାଇଛି।

ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ର ନଦୀଖଣ୍ଡି ସାହି ସ୍ଥିତ ରାମେଶଶ୍ୱର ମନ୍ଦିର ସମ୍ମୁଖରେ ଅଛି ଏକ ସରକାରୀ ବାସଭବନ।ତେବେ ପୂର୍ବରୁ ସେଠାରେ ସରକାରୀ କର୍ମଚାରୀ ମାନେ ରହୁଥିଲେ ମଧ୍ୟ ଗତ କିଛିବର୍ଷ ହେଲା ଉକ୍ତ ବାସଭବନରେ କେହି ରହୁନାହାନ୍ତି। ସଂପୂର୍ଣ୍ଣଭାବେ ଅବହେଳା ଅବସ୍ଥାରେ ପଡ଼ିଛି ଉକ୍ତ ବାସଭବନ। ଅବହେଳା ଯୋଗୁଁ ଦିନକୁ ଦିନ ତାହା ଭଗ୍ନ ଅବସ୍ଥାକୁ ଯାଉଛି। କୌଣସି କାରଣରୁ ସେଠାରେ କିଏ ବାସବାସ କରୁନାହାନ୍ତି କିମ୍ବା ତାହାର ରକ୍ଷଣା ବେକ୍ଷଣ କରାଯାଉନାହିଁ ତାହା ଜଣାପଡ଼ିନାହିଁ। ଏଭଳି ସ୍ଥଳେ ବର୍ଷ ବର୍ଷଧରି ତାହା ବନ୍ଦ ହୋଇରହିବା ଯୋଗୁଁ ଏହାର ସୁଯୋଗ ନେଉଛନ୍ତି କେତେବଳ ଅସାମାଜିକ ଓ ନିଶାଖୋର ବ୍ୟକ୍ତି। ସନ୍ଧ୍ୟା ହୋଇଗଲେ ଉକ୍ତ ବାସଭବନରେ ଚତୁପାର୍ଶ୍ବରେ ଥିବା ପାଚେରି ଓ ଘର ମଧ୍ୟରେ ଜମୁଛି ଆସର। ଏହାକୁ ନେଇ ଆଖ ପାଖରେ ରହୁଥିବା ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି। ତେବେ ଅସାମାଜିକ ବ୍ୟକ୍ତିଙ୍କ ଧମକ ଯୋଗୁଁ କେହି ପାଟିଖୋଲୁନାହାନ୍ତି ବୋଲି ଜଣାପଡିଛି। ତେବେ ବେଳଥାଉ ଥାଉ ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ଉକ୍ତ ସରକାରୀ ବାସଭବନକୁ ସଂପୂର୍ଣ୍ଣଭାବେ ବନ୍ଦ କରିବାର ପଦକ୍ଷେପ ନେବା ଜରୁରି ହୋଇପଡିଛି। ଅନ୍ୟଥା ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କେତେବେଳେ କଣ ଘଟିବ ତାହା କେହିହେଉନାହିଁ। ଜିଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories