www.samajalive.in
Thursday, December 11, 2025
18.1 C
Bhubaneswar

ଘରେ ସଙ୍ଗରୋଧରେ ଥିବା କରୋନା ଆକ୍ରାନ୍ତଙ୍କୁ ଦିଆଯିବ ଫାଭିପିରାଭିର୍‌ ଥେରାପି

ଭୁବନେଶ୍ୱର :ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଘରେ ସଙ୍ଗରୋଧରେ ରହୁଥିବା କୋଭିଡ୍‌ ରୋଗୀମାନଙ୍କ ନିମନ୍ତେ ଫାଭିପିରାଭିର୍‌ ଥେରାପି ଆରମ୍ଭ କରିବା ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ୍‌ ମହାମାରୀ ନେଇ ଉପଲବ୍ଧ ନୂତନ ଚିକିତ୍ସା ତଥ୍ୟ ଏବଂ ପ୍ରାମାଣିକତା ଆଧାରରେ ଆଣ୍ଟିଭାଇରାଲ୍‌ ଔଷଧ ହିସାବରେ ଫାଭିପିରାଭିର୍‌ ଉତ୍ତମ ଫଳାଫଳ ପ୍ରମାଣିତ ହୋଇଛି। ଏହା ଘରେ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଜଟିଳ ହେବା ସମସ୍ୟାରୁ ରକ୍ଷା କରିବ।
ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଫାଭିପିରାଭିର୍‌ ଔଷଧ ସେବନ ବାବଦରେ ଡାକ୍ତରମାନଙ୍କ ନିମନ୍ତେ ଏକ ମାର୍ଗଦର୍ଶିକା ଜାରିପୂର୍ବକ ଏହାର ବହୁଳ ପ୍ରସାରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରାପିଟ୍‌ ରେସ୍‌ପନ୍ସ ଟିମ୍‌ର ସଦସ୍ୟମାନଙ୍କୁ ସଙ୍ଗରୋଧରେ ଥିବା ରୋଗୀ ଏହି ଔଷଧ ସେବନ କରିବା ନେଇ ଉପଯୁକ୍ତ ଆକଳନ ନିମନ୍ତେ ତାଲିମ ଦେବା ଉପରେ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଅପରପକ୍ଷରେ ଡାକ୍ତରୀଦଳ ଅଡିଓ-ଭିଜୁଆଲ୍‌ ମାଧ୍ୟମରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଫାଭିପିରାଭିର୍‌ ଥେରାପି ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବେ। କୋଭିଡ୍‌ ରୋଗୀଙ୍କ ସମ୍ମତି ମିଳିବା ପରେ ହିଁ ଏହି ଚିିକିତ୍ସା ଆରମ୍ଭ କରାଯାଇପାରିବ । ରାପିଡ୍‌ ରେସ୍‌ପନ୍ସ ଟିମ୍‌ର ସଦସ୍ୟମାନେ ରୋଗୀଙ୍କୁ ଔଷଧ ଦେବା ସହ ‘କ’ଣ କରିବେ ଓ କ’ଣ ନକରିବେ’ ସେ ସଂପର୍କରେ ଯଥାର୍ଥ ସୂଚନା ପ୍ରଦାନ କରିବେ ଏବଂ ରୋଗୀର ପ୍ରତିକ୍ରିୟା ଓ ଉନ୍ନତି ବାବଦରେ କିପରି ଓ କାହାକୁ ଯୋଗାଯୋଗ କରିବେ ସେ ବାବଦରେ ସଙ୍ଗରୋଧରେ ଥିବା ରୋଗୀଙ୍କ ଘରେ ଯାଇ ପରାମର୍ଶ ଦେବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ, ଆଇଟି ସଚିବ ମନୋଜ କୁମାର ମିଶ୍ର, ଡାକ୍ତର ସଂପଦ ଦାସ, ଡାକ୍ତର ଜୟନ୍ତ ପଣ୍ଡା, ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍‌ସିବି ମେଡିକାଲ୍‌ କଲେଜ୍‌, କଟକର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଅଶ୍ୱିନୀ ହସ୍‌ପିଟାଲ୍‌, କଟକର ପ୍ରଫେସର ଡାକ୍ତର ସଂପଦ ଦାଶ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ଘରେ ସଙ୍ଗରୋଧରେ ଥିବାବେଳେ କୋଭିଡ୍‌ ରୋଗୀମାନେ ଫେଭିପିରାଭିର୍‌ ଥେରାପିର ବ୍ୟବହାର କରିବା ଉପରେ ଉଲ୍ଲେଖ କରିଥିଲେ । ସେମାନେ ମଧ୍ୟ ଏହି ଥେରାପିର ବ୍ୟବହାର ନେଇ ବିଭିନ୍ନ ତଥ୍ୟସମ୍ବଳିତ ପ୍ରଶ୍ନର ଉତ୍ତର ରଖିଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories