www.samajalive.in
Sunday, December 7, 2025
14.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ମହିଳା ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରୋନା ସଚେତନତା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ଗୁମା ପଞ୍ଚାୟତର ଦୁର୍ଗମ ଡ଼ୁପି ଗ୍ରାମରେ ମହିଳା ସ୍ୱେଚ୍ଛାସେବୀ ସୁଶ୍ରୀ ଅର୍ଚ୍ଚନା ରାଣି ପରାସେଟ୍‍ଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ଓ ସାବୁନ୍‍ ବଣ୍ଟନ କରାଯାଇଛି। ଯୁବତୀ ଜଣକ ନିଜେ ମାସ୍କ ତିଆରି କରି ବିନା ମୂଲ୍ୟରେ ପ୍ରାୟ ୯୦ଟି ପରିବାରକୁ ୨ ଟି ଲେଖାଏଁ ବଣ୍ଟନ କରିବା ସହିତ ଗୋଟିଏ ଲେଖାଏଁ ସାବୁନ୍‍ ମଧ୍ୟ ପ୍ରଦାନ କରିଛନ୍ତି। ସେହିଭଳି ବହୁ ଯୁବକମାନଙ୍କୁ ମଧ୍ୟ ମାସ୍କ ପ୍ରଦାନ କରିବା ସହିତ କରୋନା ସମୟରେ କିଭଳି ଭାବେ ନିୟମ ମାନିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଭଳି ବିିଭିନ୍ନ ଦିଗ ଉପରେ ସେ ସଚେତନ କରିଛନ୍ତି। ଏହି ଅବସରରେ ଗ୍ରାମର ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ସହାୟତାରେ ଗାଁକୁ ସଫେଇ କରିବା ସହିତ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ଦୌଡ଼ ଓ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ଼ ମେମ୍ବର, ଅଙ୍ଗନୱାଡ଼ି କର୍ମୀ ଓ ଅନ୍ୟମାନେ ସହଯୋଗ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories