www.samajalive.in
Saturday, December 13, 2025
14.1 C
Bhubaneswar

ଆସନ୍ତାକାଲି ଜିଏସ୍‌ଟି ପରିଷଦ ବୈଠକ; କେନ୍ଦ୍ରର ଋଣ ବିକଳ୍ପକୁ ବିରୋଧ କରିପାରନ୍ତି ଅଣ-ବିଜେପି ରାଜ୍ୟ

ନୂଆଦିଲ୍ଲୀ: ​‌ସୋମବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦର ୪୨ତମ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟଗୁଡିକୁ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ ନେଇ ଏବେ ବି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବିବାଦ ଜାରି ରହିଛି। ଅଣ-ବିଜେପି ଶାସିତ ରାଜ୍ୟଗୁଡିକ କେନ୍ଦ୍ରର ଜିଏସ୍‌ଟି କ୍ଷତିପୂରଣ ବିକଳ୍ପ ନିଷ୍ପତ୍ତି ନେଇ ଅସନ୍ତୁଷ୍ଟ ଅଛନ୍ତି। ଆସନ୍ତାକାଲିର ବୈଠକ​‌​‌ରେ ସେମାନେ କେନ୍ଦ୍ରର ଏହି ବିକଳ୍ପ ବ୍ୟବସ୍ଥାକୁ ବିରୋଧ କରିପାରନ୍ତି। ଚଳିତ ଆର୍ଥିକବର୍ଷ ନିମନ୍ତେ ଜିଏସ୍‌ଟି ରାଜସ୍ବ ନିଅଣ୍ଟିଆ ସ୍ଥିତି ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକ ଲାଗି ୯୭,୦୦୦ ​କୋଟି ଟଙ୍କାର ଋଣ ବିକଳ୍ପ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ପଞ୍ଜାବ ଏବଂ କେରଳ ଭଳି ରାଜ୍ୟ ବର୍ତ୍ତମାନ ସୁଦ୍ଧା ଏହି ଋଣ ବିକଳ୍ପକୁ ଗ୍ରହଣ କରିନାହାନ୍ତି। ସୋମବାରର ବୈଠକରେ ଅଣ-ବିଜେପି ଶାସିତ ରାଜ୍ୟଗୁଡିକ ଜିଏସ୍‌ଟି କ୍ଷତିପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ବିକଳ୍ପ ବ୍ୟବସ୍ଥା ଦାବି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଚଳିତବର୍ଷ ଜିଏସଟି ରାଜସ୍ବ ସଂଗ୍ରହରେ କେନ୍ଦ୍ର ସରକାର ୨.୩୫ ଲକ୍ଷ ​କୋଟି ଟଙ୍କାର ଏକ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହେ​‌ବେ ବୋଲି ଆକଳନ କରାଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories