www.samajalive.in
Saturday, December 13, 2025
14.1 C
Bhubaneswar

୮ ବର୍ଷରେ ମିଳିଲାଣି ୮୦ ଥର ପ୍ରତିଶ୍ରୁତି, ତଥାପି ନିର୍ମାଣ ହୋଇ ପାରୁନାହିଁ ପୋଲ

ଫୁଲବାଣୀ: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ବାସ୍ତବିକ ଅନେକ ଯୋଜନା ପହଞ୍ଚି ପାରୁନାହିଁ ଗ୍ରାମାଞ୍ଚଳ ମାନଙ୍କରେ। ଫଳରେ ବର୍ତ୍ତମାନ ମଧ୍ୟ ଅନେକ ପଞ୍ଚାୟତ ଓ ଗ୍ରାମାଞ୍ଚଳବାସୀଙ୍କ ପାଇଁ ବିକାଶ କଥା ପାଲଟିଛି ଉପହାସ ସଦୃଶ। ତେବେ ରାସ୍ତା ନିର୍ମାଣ ହେଉ କିମ୍ବା ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବରେ ତାହା କେତେଦୂର ଫଳପ୍ରଦ ହେଉଛି ତାହାକୁ ଦେଖିବାକୁ କିମ୍ବା ସମୀକ୍ଷା କରିବାକୁ କେହି ନାହାନ୍ତି। ଏଭଳି ଏକ ଦୃଶ୍ୟ ହେଉଛି କନ୍ଧମାଳ ଜିଲା ଚକାପାଦ ବ୍ଳକରେ।

ଚକାପାଦ ବ୍ଳକରେ ୧୩ଟି ପଞ୍ଚାୟତ ଥିଲେ ମଧ୍ୟ ଅନେକ ପଞ୍ଚାୟତକୁ ଯୋଗାଯୋଗ ବର୍ତ୍ତମାନ ସାଜିଛି କାଳ। ଏହି ବ୍ଳକର ଅନେକ ପଞ୍ଚାୟତର ଗ୍ରାମବାସୀଙ୍କ ପାଇଁ ବାଧକ ସାଜିଛି ବୃତ୍ତଙ୍ଗନଦୀ। ପୂର୍ବରୁ ଏହି ନଦୀର ବିଭିନ୍ନ ସ୍ଥାନରେ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କରାଯାଇଛି। ସେହିଭଳି ଚକାପାଦ ବ୍ଳକ ଅନ୍ତର୍ଗତ ପସରା ପଞ୍ଚାୟତ ଅନ୍ତର୍ଗତ ଜୁଇଖୋଲ ଠାରୁ ଅନ୍ୟ ଗ୍ରାମଗୁଡ଼ିକ ବିଛିନ୍ନ କରି ରଖିଥିବା ଉକ୍ତ ନଦୀ ଉପରେ ମଧ୍ୟ ପୋଲ ନିିର୍ମାଣ କରାଯାଇଥିଲା। ଗତ ୨୦୧୩ ମସିହାରେ ହୋଇଥିବା ଫାଇଲିନ୍‍ ଫଳରେ ପସରା-ମୁଣ୍ଡାଗାଁ ମୁଖ୍ୟ ରାସ୍ତାରେ ଥିବା ରାଇପଦାଠାରୁ ଜୁଇଖୋଲ ରାସ୍ତାକୁ ସଂଯୋଗ କରୁଥିବା ପୋଲର ଅର୍ଦ୍ଧେକ ଧୋଇ ହୋଇଯାଇଥିଲା। ସେହି ସମୟରେ କ୍ଷୟକ୍ଷତି ଆକଳନ ବେଳେ ଭାସିଯାଇଥିବା ପୋଲ ସଂପର୍କରେ ତଥ୍ୟ ନିଆଗଲା କିନ୍ତୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ ଫାଇଲିନ୍‍ ପରେ ମଧ୍ୟ ଦିନକୁ ଦିନ ଉକ୍ତ ପୋଲର ଅବସ୍ଥା ବିପଦପୂର୍ଣ୍ଣ ହୋଇ ପଡ଼ିଥିବା ବେଳେ ୨୦୧୮ ମସିହାରରେ ହୋଇଥିବା ତିତିଲି ମହାବାତ୍ୟା ସମୟରେ ଉକ୍ତ ନଦୀସଂଖଟି ସଂପୂର୍ଣ୍ଣଭାବେ ଧୋଇ ଯାଇଥିଲା। ଉକ୍ତ ପୋଲ ଉପରେ ବ୍ଳକର ପସରା ଓ ଚାହାଳି ପଂଚାୟତର ଜୁଇଖୋଲ, ଅଡ଼ିମାହା ଭଳି ୮ଟି ଗ୍ରାମର ଅଧିବାସୀମାନେ ସଂପୂର୍ଣ୍ଣ ଭାବେ ନିର୍ଭର କରୁଛନ୍ତି। ପୋଲ ଭାସିଯିବାର ଇତି ମଧ୍ୟରେ ୮ ବର୍ଷ ବିତିଥିବା ବେଳେ ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ନିର୍ବାଚିତ ଲୋକ ପ୍ରତିନିଧି ଓ ରାଜ୍ୟ ସରକାରଙ୍କ ନିକଟରେ ପ୍ରାୟ ୮୦ଥର ଅଭିଯୋଗ କରିଛନ୍ତି। ସବୁବେଳେ ମିଳିଛି କେବଳ ପ୍ରତିଶୃତି କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇନାହିଁ ସମସ୍ୟାର ସମାଧାନ। ଫଳରେ ବିଶେଷ କରି ବର୍ଷାଦିନ ମାନଙ୍କରେ ହେଉ କିମ୍ବା ଅନ୍ୟ ସମୟରେ ବର୍ଷା ହେଳେ ନଦୀର ଜଳସ୍ତର ବୃଦ୍ଧି ପାଇଥାଏ। ଫଳରେ ଅଞ୍ଚଳାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷ କରି ଖଟିଖିଆ, ରୋଗୀ ଓ ଗର୍ଭବତୀମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବଳେ ଅଞ୍ଚଳବାସୀଙ୍କର ଜୀବନ ଓ ଜୀବିକା ମଧ୍ୟ ଦୁର୍ବିସହ ହୋଇ ପଡୁଛି ବୋଲି କହିଛନ୍ତି ଅଞ୍ଚଳବାସୀ। ଏପରିକି ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଭୋଟ ପାଇଁ ଯାଇଥିବା ଗଦା ଗଦା ନେତାମାନେ ମଧ୍ୟ ଦେଇଥିଲେ ପ୍ରତିଶୃତି। ବିଜୟ ହୋଇ ଆସିଲେ ଏହାରହେବ ତାଙ୍କର ପ୍ରଥମ ପ୍ରସଙ୍ଗ ବୋଲି। ଇତି ମଧ୍ୟରେ ଏକ ବର୍ଷରୁ ଉର୍ଦ୍ଧ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ପ୍ରତିଶୃତି ହୋଇ ରହିଛି। ତେବେ ବାରମ୍ବାର ବାରମ୍ବାର ସବୁ ସ୍ତରରେ କେବଳ ପ୍ରତିଶୃତି ପାଇଥିଲେ ମଧ୍ୟ କୌଣସି ପ୍ରକାର ସଫଳ ହୋଇନଥିବା ବେଳେ ବାଧ୍ୟ ହୋଇ ଜୁଇଖୋଳ ଗ୍ରାମବାସୀ ମାନେ ମିଳିତ ଭାବେ ନିଜ ଅର୍ଥ ଓ ଶ୍ରମ ବଳରେ ଆରମ୍ଭ କରିଛନ୍ତି ଏକ ଅସ୍ଥାୟୀ କାଠ ପୋଲ। ଗ୍ରାମର ବିକାଶ କଥା ନିଜେ ଚିନ୍ତା କରିବା ଆରମ୍ଭ କରିଛନ୍ତି ଗ୍ରାମର କିଛି ମୁଖିଆ ଓ ଶିକ୍ଷିତ ଯୁବକମାନେ। ଗତ କିଛିଦିନ ହେଲା ଆରମ୍ଭ କରିଛନ୍ତି ଏହି କାମ ଓ ଏହା ଶେଷ ଅବସ୍ଥାରେ ବୋଲି ମଧ୍ୟ କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories