www.samajalive.in
Wednesday, December 10, 2025
16.1 C
Bhubaneswar

ଦୀର୍ଘବର୍ଷ ପରେ ଆବାସ ଯୋଜନାରେ ସାମିଲ୍‍ ହେଲେ ହିତାଧିକାରୀ, ପ୍ରଶାସନ ଓ ନିର୍ବାଚନ ଲୋକ ପ୍ରତିନିଧିଙ୍କୁ ଦେଲେ ସାଧୁବାଦ୍‍

ଫୁଲବାଣୀ: ଇନ୍ଦିରା ଆବାସ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍‍ କରିବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିବା ବହୁ ହିତାଧିକାରୀଙ୍କ ସ୍ୱପ୍ନ ଶେଷରେ ସଫଳ ହେବା ଫଳରେ ସେମାନେ ଚକାପାଦ ବ୍ଳକ ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଛନ୍ତି। କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ କାମ୍ବାଗୁଡ଼ା ୱାର୍ଡ଼କୁ ୫୧ ଯୋଗ୍ୟ ହିତାଧିକାରୀଙ୍କ ବିିଭିନ୍ନ ଆବାସ ଯୋଜନାରେ ଗୃହ ମଞ୍ଜୁର ହୋଇଥିବା ଯୋଗୁଁ ହିତାଧିକାରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସ୍ଥାନୀୟ ୱାର୍ଡ଼ ମେମ୍ବର ଗୀତାଞ୍ଜଳୀ ମଲିକଙ୍କ ଚେଷ୍ଟା ଏବଂ ସରପଞ୍ଚ କିଶୋର ଚନ୍ଦ୍ର କହଁରଙ୍କ ଉଦ୍ୟମ ଫଳରେ କାମ୍ବାଗୁଡ଼ା ଗ୍ରାମର ଓବିସିଙ୍କ ପାଇଁ ୨୪ଟି ଗୃହ ମଞ୍ଜୁର ହୋଇଥିବା ବେଳେ ଏସ୍‍ସିମାନଙ୍କ ପାଇଁ ୨୧ଟି ଏବଂ ଏସ୍‍ଟିମାନଙ୍କ ପାଇଁ ୬ଟି ଗୃହ ମଞ୍ଜୁର ହୋଇଛି। ଯେଉଁଥିରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍‍ କରାଯାଇଥିବାରୁ ହିତାଧିକାରୀ ଶ୍ରୀକର ଦିଗାଲ, ଅଭି ରଣା, କାମିତା ବେହେରା, ମିନି ବେହେରା, ସୁଜାତା ପ୍ରଧାନ, ପଦ୍ମିନୀ ବେହେରା, ରୋହିତ୍‍ ବେହେରା ଓ ଅନ୍ୟମାନେ ସାଧୁବାଦ ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories