www.samajalive.in
Thursday, December 11, 2025
26.1 C
Bhubaneswar

ଋଣଭାର ସହି ନ ପାରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ବସ୍ତା : ବାଲେଶ୍ୱର ଜିଲ୍ଲା ରୂପସା ଥାନା ପୋଡାଡିହା ଗାଁର ଭଗବାନ ରାଉଳଙ୍କ ପୁଅ କାଶୀନାଥ(୫୩)ଓ ତାଙ୍କ ସ୍ତ୍ରୀ କନକ (୪୫) ଗତ ରାତିରେ ବିଷ ପିଇ  ଆତ୍ମହତ୍ୟା କରିଛନ୍ତି। ତେବେ କାରଣ କିଛି ଜଣାପଡିନାହିଁ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି।
କାଶୀନାଥ ରାଉଳ ଟ୍ରେନରେ ଫେରି କରେ। ଘରୋଇ କମ୍ପାନୀରୁ ଋଣ କରି ପରିବାର ଚଳାଉଥିଲେ। ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଋଣ ପଇସା ଦେଇପାରିନଥିଲେ। ଘରୋଇ କମ୍ପାନୀ କର୍ମଚାରୀ ଋଣ ପରିଶୋଧ ପାଇଁ ବାରମ୍ବାର ତାଗିଦ କରିବାରୁ ଟ୍ରେନ ଚାଲିଲେ ଋଣ ଶୁଝି ଦେବେ ବୋଲି କହିବା ସତ୍ୱେ ସେମାନେ ରାଜି ହୋଇନଥିଲେ।  କହିଥିଲେ ତୁମ ଡେଥ ସାର୍ଟିଫିକେଟ ଆମର ଦରକାର ବୋଲି ଶୁଣିବାକୁ ମିଳୁଛି। ଏହିଭଳି ଅତ୍ୟାଚାର ସହି ନପାରି କାଶୀନାଥ ଦମ୍ପତି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories