ରୁଷିଆର ମହିଳା ଗୁପ୍ତଚର ଆମେରିକାରୁ ଗିରଫ

0

ୱାସିଂଟନ୍: ରୁଷିଆର ଜଣେ ମହିଳା ଗୁପ୍ତଚରଙ୍କୁ ଆମେରିକାରରେ ଗିରଫ କରାଯାଇଛି। ୨୯ ବର୍ଷିୟା ମାରିୟା ବୁଟିନା ନାମକ ମହିଳା ଭିନ୍ନ ନାମରେ ଆମେରିକାରେ ରହୁଥିବା ବେଳେ ଆମେରିକାର ରାଜନୀତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା   ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ମାରିୟା ବୁଟିନା ଆମେରିକା ବିଶ୍ବବିଦ୍ୟାଳୟରେ ଛାତ୍ରୀ ଭାବେ ୱାସିଂଟନରେ ରହୁଥିବା ଏବଂ ରୁଷିଆ ସରକାରଙ୍କ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ସେ ପ୍ରଥମେ ଆମେରିକା ନାଗରିକଙ୍କ ସହ ମିତ୍ରତା ସ୍ଥାପନ କରୁଥିଲେ ଏବଂ ରାଜନୀତ ଦଳରେ ଷଡଯନ୍ତ୍ର କରୁଥିଲେ । ଏହି ଅଭିଯୋଗରେ ରବିବାର ତାଙ୍କୁ ଗିରଫ କରାଯାଇଥିଲା। ସୋମବାର ତାଙ୍କୁ ସଂଘିୟ ଅଦାଲତରେ ହାଜର କରାଯିବ ଏବଂ ଏହାର ଆସନ୍ତା ଶୁଣାଣି ବୁଧବାର ଦିନ ହେବ। ସେହି ପର୍ଯ୍ୟନ୍ତ ମାରିୟା ବୁଟିନା ଜେଲରେ ରହିବେ।

ସୂଚନାଯୋଗ୍ୟ, ମାରିୟା ବୁଟିନା ୨୦୧୫ରୁ ଫେବୃୟାରୀ ୨୦୧୭ ପର୍ଯ୍ୟନ୍ତ ରୁଷର କେନ୍ଦ୍ରିୟ ବ୍ୟାଙ୍କରେ କାମ କରୁଥିଲ । ଏହି ବ୍ୟାଙ୍କ ଉପରେ ଆମେରିକାର ବିତ୍ତ ବିଭାଗ ଏପ୍ରିଲରେ ପ୍ରତିବନ୍ଧକ ଲାଗାଇଥିଲା।

Leave A Reply