www.samajalive.in
Thursday, December 11, 2025
16.1 C
Bhubaneswar

ଏହି ଖାଦ୍ୟ ପାଇଁ ପ୍ରସିଦ୍ଧ ମଣିପୁର

ଭାରତର ମଣିପୁର ରାଜ୍ୟର ଶାନ୍ତି, ପ୍ରକୃତି ପ୍ରେମୀ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ । ମଣିପୁରର ସୌନ୍ଦର୍ୟ୍ୟ ହେତୁ ଏହାକୁ ଭାରତର ସୁଇଜରଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ। ଏଠାରେ ଶହୀଦ ମୀନାର, ଗୋବିନ୍ଦଜୀ ମନ୍ଦିର, ବିଷ୍ଣୁପୁରର ହ୍ରଦ,ପୁରୁଣା ମହଲ, ସଂଗ୍ରହାଳୟ, ଜାତୀୟ ଉଦ୍ୟାନ ଭଳି ବୁଲିବା ପାଇଁ ବହୁ ସ୍ଥାନ ରହିଛି। ଜାଣନ୍ତୁ ମଣିପୁରର ସ୍ୱତନ୍ତ୍ର ଖାଦ୍ୟ ବିଷୟରେ…….
ପାକ୍ନମ –
ମଣିପୁରର ଲୋକେ ମାଛ ଓ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହି ବ୍ୟଞ୍ଜନ ମଧ୍ୟ ମାଛରୁ ପ୍ରସ୍ତୁତ କରାଯାଏ। ଏହା ଆଳୁ ଟିକ୍କୀ କିମ୍ବା କବାବ ଭଳି ଲାଗିବ। ଏହାକୁ ସସ କିମ୍ବା ଚଟଣି ସହ ଖାଇପାରିବେ।
ସିଙ୍ଗଜୁ –
ମଣିପୁର ଠାରେ ପ୍ରସିଦ୍ଧ ସାଲାଡ଼ ମିଳେ। ଏହି ସାଲାଡ଼ରେ କୋବି, ପିଆଜ ଓ ଅନ୍ୟାନ୍ୟ ଦ୍ରବ୍ୟ ପଡ଼ିଥାଏ। ସମସ୍ତ ପ୍ରକାରର ଖାଦ୍ୟ ସହ ଏହା ନିଶ୍ଚୟ ମିଳେ।
ମୋରୋକକ ମେଟପା –
ଏହା ଏକ ପ୍ରକାରର ସ୍ୱାଦିଷ୍ଟ ଚଟଣି ଅଟେ। ଏହାକୁ ପିଆଜ ଓ କଞ୍ଚା ଲଙ୍କା ପକାଇ ପ୍ରସ୍ତୁତ ହୋଇଥାଏ। ସମସ୍ତ ପ୍ରକାରର ଖାଦ୍ୟରେ ଏହି ଚଟଣିକୁ ଖାଇପାରିବେ।
ଚାହାଓ ଖିରୀ –
ଏହି ଖିରୀକୁ ଚାଉଳ, କ୍ଷୀର, କିଛି ଫଳ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ। ଏହି ମିଠାଦ୍ରବ୍ୟ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।
ଏରୋବା –
ଏହି ବ୍ୟଞ୍ଜନ ମାଛକୁ ସିଜାଇ, ଫ୍ରାଏ କରି କରାଯାଏ। ଏହାକୁ ଆପଣଙ୍କୁ ଭାତ ସହ ଖାଇବାକୁ ଦିଆଯାଏ। ଯଦି ଆପଣଙ୍କୁ ମାଛ ଖାଇବା ପସନ୍ଦ ତେବେ ଏହାକୁ ନିଶ୍ଚୟ ଖାଆନ୍ତୁ।
ସୁପ –
ଏଠାରେ ସମସ୍ତ ପ୍ରକାରର ପରିବା ପକାଇ ଏକ ପ୍ରକାର ସୁପ ପ୍ରସ୍ତୁତ ହୋଇଥାଏ। ଏହା ଖାଇବାକୁ ଖୁବ ସ୍ୱାଦ ଲାଗେ। ଏହି ସୁପକୁ ମାଛ ଓ ଭାତ ସହ ଖାଇଲେ ଖୁବ ସୁଆଦିଆ ଲାଗେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories