www.samajalive.in
Thursday, December 11, 2025
13.1 C
Bhubaneswar

ଏୟାର ଇଣ୍ଡିଆ ପୁନରୁଦ୍ଧାର ଲାଗି ୮୧୦ କୋଟି ସହାୟତା ଦେବେ ସରକାର

କ୍ଷତିରେ ଚାଲୁଥିବା ଓ ଋଣଗ୍ରସ୍ତ ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି  ସରକାର ଚଳିତ ଆର୍ଥିକ ବର୍ଷରେ ୮୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି ।

ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆକୁ ୮୧୦.୨୩  କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଆସେଟ୍ସ ହୋଲଡିଂ ଲିମିଟେଡକୁ ୨୨୦୫ କୋଟି ଟଙ୍କା ଅନୁଦାନ ମଧ୍ୟ ଦିଆଯିବ।

- Advertisement -

ଏୟାର ଇଣ୍ଡିଆର କିଛି ଋଣ ଏୟାର ଇଣ୍ଡିଆ ଆସେଟ୍ସ ହୋଲଡିଂ ଲିମିଟେଡ୍ ନାମକ ଏକ ସ୍ୱତନ୍ତ୍ର କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏହି ଋଣ ପରିଶୋଧ ପାଇଁ   ଏୟାର ଇଣ୍ଡିଆ ସମ୍ପତ୍ତି ବିକ୍ରୟ ଏବଂ ସରକାରୀ ସହାୟତା ଉପରେ ନିର୍ଭର କରୁଛି ।

ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଯଥା ‘ଉଡ଼ାନ’ ପାଇଁ ୩୯୫.୧୭ କୋଟି ଟଙ୍କା ଅନୁଦାନର ବ୍ୟବସ୍ଥା କରାଯାଇଛି। ଛୋଟ ସହରଗୁଡ଼ିକୁ ବିମାନ ନେଟୱାର୍କ ସହିତ ସଂଯୋଗ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା। ଦୂରତା ଅନୁଯାୟୀ ସରକାର ସର୍ବାଧିକ ଭଡା ସ୍ଥିର କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories