www.samajalive.in
Monday, December 8, 2025
13.1 C
Bhubaneswar

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ୍‌ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା ଘଟିବା ଏବଂ ଦୁଇଟି ଘଟଣାରେ ପୀଡିତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଟ୍ବିଟ କରି ଲେଖିଛନ୍ତି ବଳରାମପୁରରେ ହାଥରସ ଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଗଣଦୁଷ୍ମର୍ମ ପରେ ଅଭିଯୁକ୍ତି ମାନେ ପୀଡ଼ିତାଙ୍କ ଗୋଡ ଓ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଏପରି ପ୍ରତିଦିନ ୟୁପିରେ କିଛି ଘଟଣା ସାମ୍ନାକୁ ଆସୁଛି ଯାହା ଯୋଗୀ ଆଦିତ୍ୟନାଥ ସରକାରଙ୍କ ଆଇନ ଶୃଙ୍ଖଳା କିପରି କାର୍ଯ୍ୟ କରୁଛି ତାହା ଦର୍ଶାଉଛି । ଉତ୍ତରପ୍ରଦେଶରେ ବର୍ତ୍ତମାନ ଜଙ୍ଗଲରାଜ୍‌ ଚାଲିଛି ।

ଉତ୍ତରପ୍ରଦେଶ ସରକାର କେବଳ ଭାଷଣ ମାରୁଛନ୍ତି । ସରକାର ବୁଝିବା ଦରକାର ଭାଷଣରେ ରାଜ୍ୟର ଆଇନ ଶୃଙ୍ଖଳା ଚାଲେନି । ବର୍ତ୍ତମାନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରଦାୟିତ୍ଵର ସମୟ । ଜନସାଧାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରୁ ଉତ୍ତର ଆବଶ୍ୟକ କରନ୍ତି ଭାଷଣ ନୁହେଁ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories