www.samajalive.in
Friday, December 12, 2025
26.1 C
Bhubaneswar

କାମ ପାଇଁ ମୋହ ତ୍ୟାଗ କରିଛନ୍ତି ଭୂମି

ୱେବ୍‌ ସିରିଜ୍ ସହ ପ୍ରଶଂସକଙ୍କୁ ହାତଗଣତି ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଅଭିନେତ୍ରୀ ଭୂମି ପେଦନକର୍। ୩୧ ବର୍ଷୀୟା ଭୂମି ୨୦୧୫ରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ୟଶ୍‌ରାଜ୍ ଫିଲ୍ମସ୍‌ରେ ସେ ସହଯୋଗୀ ଭାବେ କାମ ଆରମ୍ଭ କଲେ। ତାଙ୍କ କାମ ଦକ୍ଷତା ଦେଖି ପରବର୍ତ୍ତୀ ସମୟରେ ତାଙ୍କୁ ‘ଦମ୍ ଲଗାକେ ହୈସା’ରେ ମୁଖ୍ୟ ଭୂମିକା ମିଳିଥିଲା। ଭୂମିଙ୍କ ଦମ୍‌ଦାର୍ ଅଭିନୟ ହିଁ ତାଙ୍କୁ ଲୋକପ୍ରିୟ କରାଇଥିଲା। ୨୦୧୬ରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବାବେଳେ ସେବେଠାରୁ ଆଜି ପର୍ଯ୍ୟନ୍ତ ନିଜ ପୁରୁଣା ଘରକୁ ଯାଇପାରି ନାହାନ୍ତି। ଏହା ପଛର ଏକମାତ୍ର କାରଣ ହେଲା କାମର ଚାପ। ଅଧିକାଂଶ ସମୟରେ ତାଙ୍କ ପିଲାବେଳର ସ୍ମୃତି ମନେପଡ଼େ ହେଲେ ଘରକୁ ଯିବାର ଇଚ୍ଛାକୁ ସେ ଦବାଇ ରଖନ୍ତି। କାମରୁ ଫୁରସତ୍ ମିଳିବା ମୁସ୍କିଲ୍ ବ୍ୟାପାର ହୋଇଯାଇଥିଲା ବୋଲି କହିଛନ୍ତି ଭୂମି। ଏବେ ତାଙ୍କ ନୂଆ ଘରେ ମା’ ଭଉଣୀ ସମସ୍ତେ ଏକାଠି ରହୁଛନ୍ତି। ଅନ୍ତତଃ ପରିବାର ଲୋକଙ୍କ ଗହଣରେ ଦିନ କାଟୁଥିବାରୁ ନିଜକୁ ଭାଗ୍ୟବାନ୍ ବୋଲି କହିଛନ୍ତି ଭୂମି ପେଦନକର୍‌।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories