www.samajalive.in
Thursday, December 11, 2025
13.1 C
Bhubaneswar

ଜମିରେ ଏବେ ରୋଗ ପୋକ, ଚିନ୍ତାରେ ଚାଷୀ

କଲମପୁର: ଏବେ କେଉଁ ଜମିରେ ଥିବା ଧାନ ଗର୍ଭଣା ଅବସ୍ଥାରେ ତ କେଉଁ ଜମିରେ ଧାନ କେଣ୍ଡା ବାହାରିବା ଅବସ୍ଥାରେ ପୁଣି କେଉଁ ଜମିର ଧାନ କେଣ୍ଡା ବାହାରି ସାରି କ୍ଷିର ଭରୁ ଥିବା ବେଳେ ଏବେ ଧାନ ଚାଷରେ ରୋଗ ପୋକର ପ୍ରଭାବ ବୃଦ୍ଧି ପାଉଛି। ଯାହା କ୍ଷତିଗ୍ରସ୍ଥ ହେବା ଆଶଙ୍କାରେ ଚାଷୀଙ୍କ ଆଖିରୁ ନିଦ ହଜିଯାଉଛି। ଚଳିତ ବର୍ଷ ବର୍ଷାର ଅନିୟମିତତା ସହିତ ବିହନ ଓ ସାରର ଅଭାବ କାରଣରୁ ବହୁ ଚାଷୀ ପ୍ରଭାବିତ ହେଇଛନ୍ତି। କରୋନା ପ୍ରଭାବ କାରଣରୁ ଚଳିତ ବର୍ଷ ଶ୍ରମିକ ମଧ୍ୟ ଅଭାବ। ଏଭଳି ବହୁ ପ୍ରତିକୁଳ ପରିସ୍ଥିତି ମଧ୍ୟରେ ବହୁ ଖର୍ଚ୍ଚାନ୍ତ ହେଇ ଚାଷୀ ଚାଷ କାର୍ଯ୍ୟ କରି ଥିବା ବେଳେ ଏବେ ଠିକ ଧାନ ବାହାରିଲା ବେଳକୁ ଚାଷ ଜମିରେ ବି.ପି.ଏଚ ସହିତ ବିଭିନ୍ନ ପୋକର ପ୍ରଭାବ ସହିତ ବ୍ଲାଷ୍ଟ, ନେକ ବ୍ଲାଷ୍ଟ, ସିଥ ବ୍ଲାଇଟ ରୋଗର ପ୍ରଭାବ ଦେଖା ଦେଇଛି। ସରକାର କୃଷିକ୍ଷତ୍ରେ ଓ କୃଷକର ପାଇଁ ବିଭିନ୍ନ ଯୋଜନା ଓ ସହାୟତା ପାଇଁ ଘୋଷଣା କରୁଥିଲେ ମଧ୍ୟ ପ୍ରକୃତ ଚାଷୀଙ୍କ ପାଖରେ ସରକାରୀ ସହାୟତା ଅପହଂଚ ହେଇ ରହିଯାଉଛି।

ନିରୀହ ଚାଷୀ ସରକାରଙ୍କ କୃଷି ଯୋଜନା ସମ୍ବନ୍ଧରେ ଅଜ୍ଞ ରହୁଛନ୍ତି। ଗତ କିଛି ବର୍ଷ ହେବ କଲମପୁର ଅଂଚଳରେ କୃଷି ବିଭାଗ ସମ୍ପୂର୍ଣ୍ଣ ସ୍ଥାଣୁ ହେଇଯାଇଛି। କେହି କୃଷି ବିଭାଗ ଅଧିକାରୀ କୃଷିକ୍ଷେତ୍ର ପରିଦର୍ଶନ କରୁନଥିବା ବେଳେ ବହୁ କୃଷକ ସାଧାରଣତଃ କମ୍ପୀନୀ ଦ୍ୱାରା ଚାଷ ସମ୍ବନ୍ଧରେ ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦିନକୁ ଦିନ ଛତୁ ଫୁଟିଲା ଭଳି ସାର ଓ କୀଟନାଶକ କମ୍ପାନୀ ସହିତ ଦୋକାନ ଖୋଲାଯାଉଥିଲେ ମଧ୍ୟ ଏଥିପ୍ରତି ବିଭାଗ ନିୟନ୍ତ୍ରିତ କରୁନଥିବାରୁ ସାଧାରଣ ଚାଷୀ ଠକାମୀର ଶିକାର ହେୁଛନ୍ତି। ଆବଶ୍ୟକ ସଂଖ୍ୟକ କୃଷି କର୍ମଚାରୀ ନଥିବାରୁ କିଏ କେଉଁ ଅଂଚଳ ପାଇଁ ନିୟୋଜିତ ହେଇଛନ୍ତି ସରକାରଙ୍କ କେଉଁ ଯୋଜନାରେ କେଉଁ ସାମଗ୍ରୀ ଉପଲବ୍ଧ ହେଉଛି ସେନେଇ କୌଣସି ଚାଷୀ ପାଖରେ ସୁଚନା ନାହିଁ। ସରକାଙ୍କ ଦ୍ୱାରା ଅନେକ କୃଷି ଯୋଜନା ଥିଲେ ମଧ୍ୟ ତାହା ବାଟ ବଣା।

- Advertisement -

କୃଷି ବିଭାଗର ସଠିକ ପରାମର୍ଶ ଅଭାବରୁ ବହୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। କୌଣସି କୃଷି ଯୋଜନାକୁ ସାର୍ବଜନୀନ କରାଯାଉନଥିବାରୁ ଚାଷୀ ସରକାରଙ୍କ ଯୋଜନା ସମ୍ବନ୍ଧରେ ସଚେତନ ରହୁ ନାହାଁନ୍ତି। ବର୍ତାମାନ ପାଗ ଅଧିକ ଗୁଳୁଗୁଳି ରହୁଥିବାରୁ ଧାନରେ ବି.ପି.ଏଚ ପୋକ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। ଯାହା ନିୟନ୍ତ୍ରଣ କରିବାରେ ଚାଷୀ ବିଫଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ତେଣୁ ବେଳ ଥାଉ ଥାଉ କୃଷି ବିଭାଗ ଏଥିପ୍ରତି ଗୁରୁତ୍ୱ ନଦେଲେ ବ୍ୟପକ କ୍ଷତି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories